ପୃଥିବୀ ନିକଟ ଦେଇ ଅତିକ୍ରମ କଲା ବିରାଟ ଗ୍ରହାଣୁ

ୱାଶିଂଟନ: ପୃଥିବୀ ନିକଟ ଦେଇ ଅତି କ୍ଷୀପ୍ର ବେଗରେ ଏକ ବିରାଟ ଗ୍ରହାଣୁ ରବିବାର ଅତିକ୍ରମ କରିଛି। ‘୨୦୦୧ ଏଫ୍‌ଓ୩୨’ ଭାବେ ନାମିତ ଏହି ଗ୍ରହାଣୁ ୧୨୪,୦୦୦ କିମି ବେଗରେ ପୃଥିବୀକୁ ଅତିକ୍ରମ କରିଛି। ତେବେ ଏହି ଗ୍ରହାଣୁ ଅତିକ୍ରମ ନେଇ ପୃଥିବୀକୁ କୌଣସି ବିପଦ ନଥିବା ଆମେରିକା ମହାକାଶ ଗବେଷଣା କେନ୍ଦ୍ର ନାସା ପୂର୍ବରୁ କହିଛି। ଏହା ପୃଥିବୀ ଠାରୁ ୨୦ ଲକ୍ଷ କିମି ଦୂରରେ ଅତିକ୍ରମ କରିଛି।

ଏହି ଗ୍ରହାଣୁଟି ପ୍ରାୟ ୯୦୦ ମିଟର (୩ ହଜାର ଫୁଟ) ବ୍ୟାସ ବୋଲି ଆକଳନ କରାଯାଇଛି ଏବଂ ଏହା ୨୦ ବର୍ଷ ପୂର୍ବେ ଆବିଷ୍କୃତ ହୋଇଥିଲା। ନାସା କହିଛି ଯେ ଯେତେବେଳେ ସୂର୍ଯ୍ୟକିରଣ ଏକ ଗ୍ରହାଣୁ ଗ୍ରହର ପୃଷ୍ଠକୁ ପଡିଥାଏ, ଏହା ତରଙ୍ଗକୁ ଅବଶୋଷଣ ସହ ପ୍ରତିଫଳିତ କରିଥାଏ। ଏହି ଗ୍ରହାଣୁ ପୁଣି ୨୦୫୨ରେ ପୃଥିବୀ ନିକଟତର ହେବ।

Comments are closed.