କରୋନା ପ୍ରଭାବ : ଇରାନରୁ ଫେରିଲେ ୨୩୬ ଭାରତୀୟ

ନୂଆଦିଲ୍ଲୀ : ଇରାନରେ ଅଟକି ରହିଥିବା ଆଉ ୨୩୬ଜଣ ଭାରତୀୟଙ୍କୁ ରବିବାର ଏୟାର ଇଣ୍ଡିଆର ୨ଟି ବିମାନରେ ଜୟସଲମେର ଅଣାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେନା ଦ୍ୱାରା ପରିଚାଳିତ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଯାତ୍ରୀମାନଙ୍କୁ ରଖାଯାଇଛି। ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ସମ୍ବିତ ଘୋଷ କହିଛନ୍ତି ଇରାନରେ ଯାଞ୍ଚ ସମୟରେ ସେମାନଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ହୋଇନଥିବା ଜଣାପଡିଛି।

ତେବେ ସେମାନଙ୍କୁ ଅନ୍ୟୂନ ୧୪ଦିନ ପର୍ଯ୍ୟନ୍ତ ଜୟସଲମେରରେ ଥିବା ସେନାର ସ୍ୱତନ୍ତ୍ର ସ୍ୱାସ୍ଥ୍ୟକେନ୍ଦ୍ରରେ ପୃଥକଭାବେ ରଖାଯିବ। କର୍ଣ୍ଣେଲ ଘୋଷ କହିଛନ୍ତି ଭାରତୀୟ ସେନା ଯୋଧପୁରଠାରେ ମଧ୍ୟ ଏହିଭଳି ଏକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିଛି। କୋଭିଡ-୧୯ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି ବୋଲି ଶ୍ରୀ ଘୋଷ କହିଛନ୍ତି।

Comments are closed.