ଗୋପାଳପୁରରେ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର

ବେଗୁନିଆ: ବେଗୁନିଆ ବ୍ଲକ ଗୋବିନ୍ଦପୁର ପଂଚାୟତ ଅନ୍ତର୍ଗତ ଗୋପାଳପୁର ମୌଜାର ପ୍ରାଣନାଥ ପ୍ରଧାନ, ସନାତନ ପ୍ରଧାନ ଏବଂ ଦିବାକର ପ୍ରଧାନଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଏକ ବଖରା ଲେଖାଏଁ ଚାଳଘର ସହିତ ଅlଜବେଷ୍ଟସ ଘର ପୋଡି ନଷ୍ଟ ହୋଇଯାଇଛିl ଖବରପାଇ ବେଗୁନିଆ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପଂହଁଚି ନିଆଁକୁ ଆୟତ୍ତ କରିଥିଲେl ସେମାନଙ୍କ ଘରେ ଥିବା ଜିନିଷ ପତ୍ର ପୋଡି ନଷ୍ଟ ହୋଇ ଯାଇଛିl ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ନିର୍ଦ୍ଦେଶକ୍ରମେ ବେଗୁନିଆ ଆର ଆଇ ବିଜୟ କୁମାର ମାର୍ଥl ଘଟଣାସ୍ଥଳରେ ପଂହଁଚି ବିପନ୍ନ ମାନଙ୍କୁ ସେମାନଙ୍କର ରହିବା ପାଇଁ ପଲିଥିନ ଯୋଗାଇ ଦେଇଛନ୍ତିl

Comments are closed.