୮ ଲକ୍ଷ ପୁରସ୍କାର ଥିବା କୁଖ୍ୟାତ ନକ୍ସଲର ଆତ୍ମସମର୍ପଣ

0

ରାୟପୁର : ଛତିଶଗଡ଼ର ନକ୍ସଲ ପ୍ରବଣ ବିଜାପୁର ଜିଲାରେ ବୁଧବାର ମୁଣ୍ଡରେ ୮ ଲକ୍ଷ ଟଙ୍କା ପୁରସ୍କାର ଥିବା କୁଖ୍ୟାତ ନକ୍ସଲ ସୁଧୀର କୋରସା (୩୧) ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛି। ବିଜାପୁର ଜିଲାର ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କ ସମ୍ମୁଖରେ ସୁଧୀର ଆତ୍ମସମର୍ପଣ କରିଥିବା ସୂଚନା ଦିଆଯାଇଛି।

ସୁଧୀର କୋରସା ପୁପୁଲ୍ସ ଲିବରେଶନ ଗୁରିଲା ଆର୍ମି (ପିଏଲଜିଏ) ବାଟାଲିୟନ -୧ର ୨ ନମ୍ବର ପ୍ଲାଟୁନର କମାଣ୍ଡର ଥିଲା। ନକ୍ସଲ ଜୀବନ ଶୈଳର ପ୍ରତିକୂଳ ଦିଗ ବିଷୟରେ ଜାଣିବା ପରେ ସେ ନକ୍ସଲବାଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। କୋରସା ୨୦୦୫ରେ ନକ୍ସଲ ସଂଗଠନରେ ଯୋଗ ଦେଇଥିଲା। ୨୦୦୬ରେ ମୁରକିନାର ଆକ୍ରମଣ ଘଟଣା, ୨୦୦୭ରେ ରାନିବୋଦଲି ଘଟଣା, ୨୦୦୯ରେ କୋରାପୁଟ (ଦାମନଯୋଡ଼ି) ଶସ୍ତ୍ରାଗାର ଲୁଟ ଘଟଣା, ୨୦୧୦ରେ ତାଡମେଟଲା (ସୁକମା) ଘଟଣାରେ ସୁଧୀର କୋରସା ସାମିଲ ଥିଲା। କୋରସାର ଆତ୍ମସମର୍ପଣପଛରେ କୋବ୍ରା ବାଟାଲିୟନର ନିରୀକ୍ଷକ ସୋମଦେବ ଆର୍ଯ୍ୟଙ୍କ ବିଶେଷ ଯୋଗଦାନ ରହିଛି।

Leave A Reply