ବାଳ ସିଂହ ଜାତକ ଗ୍ରାମରେ ପାନୀୟ ଜଳ ଯୋଗାଣ କେନ୍ଦ୍ର ଉଦଘାଟିତ

ବୋଲଗଡ଼ : ବୋଲଗଡ଼ ବ୍ଲକ ସାଗରଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଳସିଂହ ଗ୍ରାମଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କୁ ସ୍ଥାନୀୟ ବିଧାୟକ ରଜେ ନ୍ଦ୍ର୍ କୁମାର ସାହୁ ଆଜି ଉଦ୍ଘାଟନ କରିଛନ୍ତି। ବାଳ ସିଂହ ଓ ପଲ୍ଲୀ ବାଳସିଂହ ଅଂଚଳର ଲୋକମାନେ ପୂର୍ବରୁ ଫ୍ଲୋରାଇଡ୍ ମିଶ୍ରିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରି ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହେଉଥିଲେ। ଲୋକ ମାନଙ୍କର ଏହି ସମସ୍ୟାକୁ ଦୂରୀକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ୨୦ଲକ୍ଷ ୧୬ ହଜାର ଟଙ୍କା ଆର୍ଥିକ ଅନୁଦାନରେ କଣ୍ଟିଲୋ ସ୍ଥିତ ମହାନଦୀରୁ ବଡ଼ ହୋମ୍ ପାଇପ୍ ଯୋଗେ ମଧୁର ପାନୀୟ ଜଳ ଆଜି ଏହି ଅଞ୍ଚଳର ଜନସାଧାଣଙ୍କୁ ଯୋଗାଇ ଦିଆଯାଇଛି। ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ରଞ୍ଜନ ଘଡେଇ ଏହାକୁ ପରିଚାଳନା କରିଅଛନ୍ତି। ପ୍ଲୋରାଇଡ୍ ଜଳ ଲୋକମାନେ ବ୍ୟବହାର କରିବା ଦ୍ଵାରା ସେମାନଙ୍କର ଗୋଡ଼ ଓ ହାତ ହାଡ ବଙ୍କା ହୋଇଯିବା ସଙ୍ଗେସଙ୍ଗେ ଦାନ୍ତ ଗୁଡ଼ିକ କଳା ପଡି ଯାଉଥିଲା ।