ହାରମୋନିୟମ ସ୍ବରରେ ସଙ୍ଗୀତ ଅଭ୍ୟାସ କରୁଛି କୁକୁର- ଭାଇରାଲ ଭିଡିଓ

‘ବିଲକୁଲ୍ ହସନ୍ତୁ ନାହିଁ। ଆଜି ସକାଳେ ମୁଁ ଓ ବାଘା(କୁକୁର) ସଙ୍ଗୀତ ଅଭ୍ୟାସ କରୁଛୁ।’

ମଣିଷମାନେ ପଶୁପକ୍ଷୀଙ୍କ ନକଲ କରୁଥିବା ଆପଣ ଶୁଣିଥିବେ ନିଶ୍ଚୟ। ଏହା ସହ ବିଶ୍ବରେ ଏଭଳି କିଛି ବିରଳ ଜୀବଜନ୍ତୁ ବା ପଶୁପକ୍ଷୀ ଅଛନ୍ତି, ଯେଉଁମାନେ ମଣିଷମାନଙ୍କର ମଧ୍ୟ ନକଲ କରନ୍ତି। ଯେମିତି ଶୁଆ-ଶାରୀ, ସିମ୍ପାଜୀ ଓ ମାଙ୍କଡ ମଣିଷମାନଙ୍କୁ ଅନୁକରଣ କରିବା ସହ କଥାର ନକଲ କରୁଥିବା ଦେଖିବାକୁ ମିଳେ। ଏବେ ଏହି ତାଲିକାରେ ସାମିଲ ହୋଇଛି ସବୁଠୁ ବିଶ୍ବାସନୀୟ ପଶୁ କୁହାଯାଉଥିବା କୁକୁର। ମଣିଷ ସହ ତାଳ ଦେଇ ଏକ ହାରମୋନିୟମ ସ୍ବର ସଙ୍ଗୀତ ଉଚ୍ଚାରଣ କରୁଥିବା ଏକ କୁକୁରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ​‌ ଏହି ଭିଡିଓଟି କେଉଁ ସ୍ଥାନର ଏବଂ କିଏ ଏହାକୁ ଉତ୍ତୋଳନ କରିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ କଳା ଜ୍ୟାକେଟ ପିନ୍ଧି ଜଣେ ବ୍ୟକ୍ତି ହାରମୋନିୟମ ବଜାଇ ବଲିଉଡର ଲୋକପ୍ରିୟ ‘ତେରେ ମେ​‌ରେ’ ଗୀତ ଗାଉଛନ୍ତି। କବାଟ ପାଖରେ ଠିଆ ହୋଇଥିବା ଏକ କୁକୁର ସେହି ବ୍ୟକ୍ତିଙ୍କ ସହ ଗୀତର ଯୁଗଳବନ୍ଦୀ କରୁଛି। ଏହା ସହ କୁକୁରଟି ଗୋଡ ଉଠାଇ ଯେପରି ହାରମୋନିୟମ ବଜାଇବାକୁ ଚେଷ୍ଟା କରୁଛି ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ କୁକୁରଟି ଗୀତର ପୁରା ମଜା ନେଉଛି।

একদম হাসবেন না,,,,, আজ সকালে আমি আর বাঘা সংগীত চর্চা করলাম কিছুক্ষণ,,,,,

Subir Khan 发布于 2020年1月12日周日

ଏହି ଭିଡିଓକୁ ସୁବୀର ଖାନ ନାମକ ଜଣେ ବ୍ୟକ୍ତି ନିଜ ଫେସ୍‌ବୁକରେ ପୋଷ୍ଟ କରିଛନ୍ତି। ଏପର୍ଯ୍ୟନ୍ତ ୫୪ ହଜାର ଥର ଏହି ଭିଡିଓଟି ସେୟାର ହୋଇଛି। ଏହା ଛଡା ଏହି ଭିଡିଓକୁ ୨୩ ହଜାର ଲୋକେ ଲାଇକ୍ କରିଥିବା ବେଳେ ୧୨୭ଟି କମେଣ୍ଟ ଆସିଛି। ଏହି ଭିଡିଓ ଉପରେ ବଙ୍ଗଳା ଭାଷାରେ ଲେଖା ହୋଇଛି ଯେ, ‘ବିଲକୁଲ୍ ହସନ୍ତୁ ନାହିଁ। ଆଜି ସକାଳେ ମୁଁ ଓ ବାଘା(କୁକୁର) ସଙ୍ଗୀତ ଅଭ୍ୟାସ କରୁଛୁ।’

Comments are closed.