ଜେଲ ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ଜଳଖିଆ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ଚୌଦ୍ୱାର : ଚୌଦ୍ୱାର ସର୍କଲ ଜେଲରେ ରହୁଥିବା କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ଜଳଖିଆ କେନ୍ଦ୍ରକୁ ଜେଲ ଡିଆଇଜି କୁଳମଣି ବେହେରା ବୁଧବାର ଉଦ୍‌ଘାଟନ କରିଛନ୍ତି ଜେଲର ଅନ୍ତବାସୀଙ୍କୁ ଭେଟ କରିବାକୁ ଆସୁଥିବା ପରିବାର ବର୍ଗ ,ସମ୍ପର୍କୀୟ ତଥା ସାଧାରଣ ଲୋକେ ଏହି କେନ୍ଦ୍ର ଦ୍ୱାରା ଉପକୃତ ହୋଇପାରିବେ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ସରକାରୀ ଛୁଟି ଦିନ ବ୍ୟତିତ ଅନ୍ୟଦିନ ମାନଙ୍କରେ ଅନ୍ତୋବାଷୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ମାନର ଜଳଖିଆ ସୁଲଭ ମୁଲ୍ୟରେ ଏଠାରେ ବିକ୍ରୟ କରାଯିବ ବୋଲି ଜେଲର ଅବିନାଶ ବେହରା ସୂଚନା ଦେଇଛନ୍ତି

Comments are closed.