କରୋନା ଯୁଦ୍ଧରେ ଜିତିଲେ ବାଙ୍ଗାଲୋରର ୯୯ ବର୍ଷ ବୟସ୍କା ମହିଳା

ବେଙ୍ଗଲୁରୁ : କ୍ରମବର୍ଦ୍ଧିଷ୍ଣୁ କରୋନା ମାମଲା ମଧ୍ୟରେ ବାଙ୍ଗାଲୋରର ଜଣେ ବରିଷ୍ଠ ମହିଳା ମହାମାରୀ ବିରୋଧୀ ଯୁଦ୍ଧରେ ବିଜୟ ହାସଲ କରି ଆଶାର ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି । ମାର୍ସେଲିନ୍ ସଲଦାନହା ନିଜ ନାତିଙ୍କ ସଂସ୍ପର୍ଶରେ ଆସିବା ପରେ କରୋନା ସଂକ୍ରମିତ ହୋଇଥିଲେ ଏବଂ ତାଙ୍କର ୯୯ ତମ ଜନ୍ମଦିନରେ ଜୁନ୍ ୧୮ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ଏହି ବରିଷ୍ଠ ମହିଳାଙ୍କୁ ତାଙ୍କ ୭୦ ବର୍ଷର ପୁଅ ଭିନ୍ସେଣ୍ଟ, ବୋହୂ ରୀତା ଏବଂ ନାତି ବିଜୟଙ୍କ ସହ ସରକାରୀ ଭିକ୍ଟୋରିଆ ହସ୍ପିଟାଲକୁ ନିଆଯାଇଥିଲା। ନଅ ଦିନର ଚିକିତ୍ସା ପରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଲା ପରେ ଶୁକ୍ରବାର ଦିନ ସେ ନାତିଙ୍କ ସହ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି।
ହସ୍ପିଟାଲରୁ ସୁସ୍ଥ ହେବା ପରେ, ସେ ହେଉଛନ୍ତି କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ରାଜ୍ୟର ସବୁଠାରୁ ବୟସ୍କା ମହିଳା।

Comments are closed.