ବସ ଦୁର୍ଘଟଣାରେ ଯାତ୍ରୀ ଆହତ

0

ଅନୁଗୁଳ : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଏକ ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଜୟ ନାମକ ବସ ବାଲେଶ୍ୱରରୁ ଅନୁଗୁଳ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଅନୁଗୁଳ ରାଣୀଗୁଡ଼ା, ଜରସିଂହା ଆଦି ତୀର୍ଥ କରିବାକୁ ବାଲେଶ୍ୱର କ୍ଷୀରଚୋରା ଗୋପୀନାଥ, ପଞ୍ଚଲିଙ୍ଗେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ରବିବାର ବିଳମ୍ବିତ ରାତିରେ ଖଇରାମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା। ୧୨ ଜଣ ଯାତ୍ରୀ ଆହତ ହୋଇ ତାଳଚେର ମୁଣ୍ଡାପାଳ ମେଡ଼ିକାଲ ଓ ଅନୁଗୁଳ ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

Leave A Reply