ସିରିଜ ଦୁର୍ଘଟଣାରେ ୨ ଗୁରୁତର , ପୁଲିସ ଭ୍ୟାନ ଦୁର୍ଘଟଣାଗ୍ରସ୍ତ

0

ସୋର: ସୋରରେ ସଡ଼କ ଦୁର୍ଘଟଣା ଘଟିଛି। ଶୁକ୍ରବାର ରାତିରେ ବାଲେଶ୍ୱର ଜିଲା ସୋରରେ ୩ଟି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ୩ଟା ସମୟରେ ଛପୋଲିଆ ନିକଟରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ୨ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଗାଡ଼ି ସେମାନଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟ ଚାଲୁଥିବା ସମୟରେ ଛିଡ଼ା ହୋଇଥିବା ପୁଲିସ ଗାଡ଼ିକୁ ଆଉ ଏକ ଟ୍ରକ ଧକ୍କା ଦେଇଥିଲା। ଏଥିରେ କେହି ମୃତାହତ ହୋଇନାହାନ୍ତି। ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଟ୍ରକ ଧକ୍କାରେ ପୁଲିସ ଗାଡ଼ି ଭାଙ୍ଗି ଯାଇଛି। କାରଟି ବାଲେଶ୍ୱରରୁ ଭଦ୍ରକ ଯାଉଥିବା ଜଣାପଡ଼ିଛି।
ଅନ୍ୟପଟେ ସୋର ଥାନା ସମ୍ମୁଖରେ ଶୁକ୍ରବାର ରାତିରେ ଆଉ ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା। ଏଥିରେ ୨ଟି ଟ୍ରକ କ୍ଷତିଗ୍ରସ୍ତ ହୋଇଛି।

Leave A Reply