କନ୍‌ରଡ ସାଙ୍ଗମା ମେଘାଳୟର ନୂତନ ମୁଖ୍ୟମନ୍ତ୍ରୀ : ଆସନ୍ତାକାଲି ଶପଥ ଗ୍ରହଣ

0

ନୂଆଦିଲ୍ଲୀ /ଶିଲଂ : ନ୍ୟାଶନାଲ ପିପୁଲ୍ସ ପାର୍ଟି(ଏନ.ପି.ପି.) ନେତା କନ୍‌ରଡ ସାଙ୍ଗମା ମେଘାଳୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ହେବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ । ସିଲଂଠାରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ରାଜ୍ୟର ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ତାହାକୁ ଗ୍ରହଣ କରିବା ସହ ବିକଳ୍ପ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କେ.ଜେ. ଆଲଫନ୍ସ ଶିଲଂଠାରେ କହିଛନ୍ତି ଯେ, ରାଜ୍ୟପାଳ ଗଙ୍ଗା ପ୍ରସାଦ ସରକାର ଗଠନ ପାଇଁ ଇତି ମଧ୍ୟରେ ଶ୍ରୀ ସାଙ୍ଗମାଙ୍କୁ ନିମନ୍ତ୍ରଣ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଏନପିପିର ୧୯ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ତେବେ ସାଙ୍ଗ୍‌ମାଙ୍କ ପ୍ରତି ୩୪ଜଣ ବିଧାୟକଙ୍କ ସମର୍ଥନ ରହିଛି। ତାଙ୍କୁ ବିଜେପି, ଏଚଏସ୍‌ପିଡପି,ୟୁନାଟେଡ ଡେମୋକ୍ରାଟିକ୍‌ ପାର୍ଟି, ପିଡିଏଫ୍‌ ତଥା ସ୍ୱାଧୀନ ବିଧାୟକମାନେ ସମର୍ଥନ କରୁଛନ୍ତି। କର୍‌ନଡ ସାଙ୍ଗ୍‌ମା ମେଘାଳୟର ଜଣେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଲୋକସଭା ବାଚସ୍ପତି ପି.ଏସ. ସାଙ୍ଗମାଙ୍କ ପୁଅ। ଏବେ ସେ ମେଘାଳୟର ତୁରା ଲୋକସଭା ଆସନର ସଦସ୍ୟ ଅଛନ୍ତି। ରାଜ୍ୟର ବିକାଶକୁ ସେ ଅଗ୍ରାଧିକାର ଦେବେ ବୋଲି ସେ କହିଛନ୍ତି ।

Leave A Reply