ପୁଲିସ-ମାଓବାଦୀ ଗୁଳି ବିନିମୟ ; ମାଓ ନେତା ମୃତ

0

ମାଲକାନଗିରି : ମାଲକାନଗିରି ଜିଲ୍ଳା ମାଥିଲି ବ୍ଳକ ଅନ୍ତର୍ଗତ ମହୁପଦରରେ ଶନିବାର ପୁଲିସ ଓ ମାଓବାଦୀ ଗୁଳି ବିନିମୟରେ ମାଓ ନେତା ଓରା କୁରାମିଙ୍କର ମୃତ୍ୟୁ ଘଟିଛି । ସେ ସିପିଆଇ ମାଓ ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ । ମହୁପଦର ଜଙ୍ଗଲ ନିକଟରେରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଏସଓଜି ଏବଂ ଡିଭିଏଫ୍‍ ପକ୍ଷରୁ କୁମ୍ବିଂ ଅପରେସନ କରାଯାଇଥିଲା । ତୁଳସୀ ପାହାଡ ନିକଟରେ ପ୍ରାୟ ଏକ ଘଣ୍ଟା ଧରି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ମାଓ ନେତା ଓରା କୁରାମିଙ୍କର ମୃତ୍ୟୁ ଘଟିଛି । ଆଉ କେତେଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା  କରାଯାଉଛି । ପୁଲିସ ଘଟଣାସ୍ଥରୁ ଗୋଟିଏ କିଟ୍‍ ବ୍ୟାଗ, ବନ୍ଧୁକ ଏବଂ ଅନ୍ୟ କେତେକ ସାମଗ୍ରୀ ଜବତ କରିଛି ।
ମୃତ ମାଓବାଦୀଙ୍କ ଘର ଛତିଶଗଡ ସୁକ୍‍ମା ଅଞ୍ଚଳରେ ବୋଲି ଜଣାପଡିଛି । ସଂପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply