୧୦ଲିଟର ଦେଶୀ ମହୁଲି ଜବତ ଜଣେ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା କଖାରୁଫାଳ ଗ୍ରାମରେ ଶୁକ୍ରବାର ଅବକାରୀ ବିଭାଗ ଚଢଉ କରି ୧୦ ଲିଟର ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡିଛି। ସୁଚନା ଅନୁଯାୟୀ ଆଜି ସକାଳେ କଖାରୁଫାଳ ଗ୍ରାମର ବିଜ୍ଞାନ ବେହେରାଙ୍କ ଘରେ ହରଭଙ୍ଗା ଅବକାରୀ ଚଢଉ କରି ୧୦ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ଏନେଇ ଅବକାରୀ ବିଭାଗ କେଶନଂ ୬୫/୨୧ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ହରଭଙ୍ଗା ଅବକାରୀ ଏସ.ଆଇ ରମେଶ ମହାନ୍ତି ସୁଚନା ଦେଇଛନ୍ତି।

Comments are closed.