ବଜ୍ରପାତରେ ୯ ଗାଇ-ବଳଦ ମୃତ

ଖଡିଆଳ : ନୂଆପଡା ଜିଲା ବୋଡେନ ବ୍ଲକ ନାଗପଡା ପଞ୍ଚାୟତରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ୯ ଗୋଟି ଗାଇ ଗୋରୁଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଜିଲାର କେତେକ ସ୍ଥାନରେ ପାଗ ମେଘୁଆ ରହି ସ୍ଥାନେ ସ୍ଥାନେ ବର୍ଷା ସହ ବିଜୁଳି ଘଡ଼ଘଡ଼ିି ହୋଇଥିଲା। ଏହି ସମୟରେ ନାଗପଡା ପଞ୍ଚାୟତରେ ମଧ୍ୟ ବର୍ଷା ସହ ଘଡ଼ଘଡ଼ିି ଓ ବିଜୁଳି ହୋଇଥିଲା। ଫଳରେ ପଡ଼ିିଆରେ ଘାସ ଖାଉଥିବା ଗାଇପଲ୍ଲ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ୯ ଗୋଟି ଗାଇ ଓ ବଳଦଙ୍କର ମୃତ୍ୟୁ ଘଟିଛି।

Comments are closed.