MEllora 950×100

ସକାଳ @୯ ମୁଖ୍ୟ ଖବର

(୧) କାହାର ହେବ ପଦ୍ମପୁର… ? ଇଭିଏମରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ… ଆସନ୍ତା ୮ତାରିଖରେ ହେବ ଭୋଟ୍‌ ଗଣତି… ବିଜୟକୁ ନେଇ ଧଡ଼ଧଡ଼ ହେଉଛି ନେତାଙ୍କ ଛାତି… ରେକର୍ଡ ଭୋଟ ଦେଇଛି ପଦ୍ମପୁର… ଗଡ଼ ବଞ୍ଚାଇ ପାରିବତ ବିଜେଡି… ନା ବିଜେପି କିମ୍ବା କଂଗ୍ରେସ ହାତକୁ ଯିବ ଆସନ…

(୨) ପୁଣି ଗେରୁଆ ହେବ ଗୁଜରାଟ… ଏକଜିଟ୍‌ ପୋଲରେ ଅନେକ ଆଗରେ ବିଜେପି… ବହୁ ଜନମତ ପାଇ ସରକାର ଗଢ଼ିବ ଭାରତୀୟ ଜନତା ପାର୍ଟି… କଂଗ୍ରେସ ପାଇବ ବିରୋଧୀ ଆସନ… ଆପକୁ ନାହିଁ ସେମିତି ଜନମତ… ସେପଟେ ହିମାଚଳ ପ୍ରଦେଶରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର… କିଏ ମାରିବ ବାଜି… ?

(୩) ଆଜିଠୁ ଅର୍ଚ୍ଚନାଙ୍କୁ ଜେରା କରିବ ଇଡି… କୋଟିକୋଟି ଟଙ୍କାର ଗୁମର ଖୋଲିବ ପ୍ରବର୍ତ୍ତନ ନିର୍ଦେଶାଳୟ… ଗତକାଲି ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ… ରିମାଣ୍ଡରେ ନେଇ ବ୍ଲାକମେଲ କ୍ୱିନଙ୍କୁ ଇଡି କରିବ ପଚରାଉଚରା… ଆସନ୍ତାକାଲି ମଧ୍ୟ କୋର୍ଟରେ ହାଜର ହେବ ଜଗବନ୍ଧୁ…

(୪) ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ବାତ୍ୟା… ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଆଜି ନେଇପାରେ ଅବପାତର ରୂପ… ଓଡ଼ିଶାକୁ ସିଧା ପ୍ରଭାବ ନଥିବା କହିଲା ପାଣିପାଗ ବିଭାଗ… ସେପଟେ ରାଜ୍ୟରେ ବଢ଼ିବ ଶୀତ… ଆସନ୍ତା ୩ଦିନ ମଧ୍ୟରେ ପାରଦ ଖସିବ ୩ ଡିଗ୍ରୀ…

(୫) ଫିଫା ବିଶ୍ୱକପ୍‌… କ୍ୱାର୍ଟରରେ ବ୍ରାଜିଲ-କ୍ରୋଏସିଆ… ଶୁକ୍ରବାର ପ୍ରଥମ କ୍ୱାର୍ଟରରେ ମୁହାଁମୁହିଁ ହେବେ ଦୁଇ ଦଳ… ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇଲା ବ୍ରାଜିଲ… ସେପଟେ ଜାପାନକୁ ହରାଇ କ୍ୱର୍ଟରରେ ପହଞ୍ଚିଲା କ୍ରୋଏସିଆ…

Comments are closed.