MEllora 950×100

ସକାଳ @୯ ମୁଖ୍ୟ ଖବର

(୧) ଆଜି ୮ ଘଣ୍ଟିଆ ଭଦ୍ରକ ସହର ବନ୍ଦ… ସକାଳ ୬ଟାରୁ ଦିନ ୨ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର… ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସ ପକ୍ଷରୁ କରାଯାଉଛି ବନ୍ଦ ପାଳନ…  ବିଭିନ୍ନ ସ୍ଥାନରେ ପିକେଟିଂ ସହ ଗାଡ଼ି ମଟର ଅଟକାଉଛନ୍ତି କଂଗ୍ରେସ କର୍ମୀ…

(୨) ଭୋଟ୍‌ ଦେଉଛି ପଦ୍ମପୁର… ମୋଟ୍‌ ୩୧୯ଟି ବୁଥରେ ହେଉଛି ମତଦାନ… ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ହେବ ଭୋଟ ଗ୍ରହଣ… ସବୁଠି ସୁରକ୍ଷା ବ୍ୟବସ୍ଥା… ଉତ୍ତେଜନାକୁ ଦୃଷ୍ଟିରେ ରଖି ମୁତୟନ ହୋଇଛନ୍ତି ପୁଲିସ… ୧୨୦ ବୁଥରେ ୱେବକାଷ୍ଟିଂ, ୬୭ ବୁଥରେ ସିସିଟିଭି ବ୍ୟବସ୍ଥା…

(୩) ଗୁଜରାଟ ଦ୍ୱିତୀୟ ପର୍ଯ୍ୟାୟ ମତଦାନ… ୧୪ଟି ଜିଲ୍ଲାର ୯୩ଟି ଆସନ ପାଇଁ ଭୋଟଗ୍ରହଣ ଜାରି… ଶାନ୍ତିଶୃଙ୍ଖଳା ଭାବେ ଭୋଟ ଦେଉଛନ୍ତି ଜନତା… ନିର୍ବାଚନ ମୈଦାନରେ ରହିଛନ୍ତି ସମସ୍ତ ଦଳର ହେଭିୱେଟ୍‌… କିଛି ସମୟ ପରେ ମତସାବ୍ୟସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହା…

(୪) ଜି-୨୦ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ… ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଆଲୋଚନା… ବୈଠକରେ ରହିବେ ବୈଦେଶିକ ମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ…  ବୈଠକକୁ ୪୦ଟି ରାଜନୈତିକ ଦଳର ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ ହୋଇଥିବା ସୂଚନା…

(୫) ସରିଲା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ… ଆଜି ଦିନିକିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ଜି-୨୦ ଅଧ୍ୟକ୍ଷତାକୁ ନେଇ ଦିଲ୍ଲୀରେ ବସିବ ବୈଠକ… ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଆଲୋଚନା… ସମିଲ ହେବେ ନବୀନ… ରଖିବେ ନିଜର ମତ… ଆସନ୍ତାକାଲି ଫେରିବେ ଓଡ଼ିଶା…

 

 

Comments are closed.