MEllora 950×100

ସକାଳ @୯ ମୁଖ୍ୟ ଖବର

(୧) ଟିଟିଲାଗଡ଼ରେ ଆଜି ଅଖଚକ ସବୁ ବନ୍ଦ… ଜିଲ୍ଲା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି… ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର… ସମର୍ଥନ ଜଣାଇଛନ୍ତି ସମସ୍ତ ରାଜନୈତିକ ଦଳ ସହ ବିଭିନ୍ନ ସଂଗଠନ… ଗାଡ଼ି ଚଳାଚଳ ଠପ୍, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ନଖୋଲିବାକୁ ଆହ୍ୱାନ…

(୨) ଆଜିଠୁ ଶୀତ ଅଧିବେଶନ… ଆସିବ ଅତିରିକ୍ତ ବଜେଟ୍‌… ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ… ଡିସେମ୍ବର ୨ରେ ପାରିତ ହେବ ବ୍ୟୟମଞ୍ଜୁରୀ ବିଲ… ଚଳିତ ଅଧିବେଶନରେ ରହିଛି ୩୩ଟି କାର୍ଯ୍ୟ ଦିବସ… ସେପଟେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାକୁ ନେଇ ଗୃହ ହୋଇପାରେ ସରଗରମ …

(୩) କିଏ ପିନ୍ଧିବ ପୁଦ୍ମପୁର ମୁକୁଟ… କାହା ସପକ୍ଷରେ ଯିବ ଜନମତ… ଉପନିର୍ବାଚନ ପାଇଁ କଡ଼ା କସରତ କରୁଛନ୍ତି ୩ ପ୍ରମୁଖ ଦଳ… ସମ୍ମାନ ରଖିବାକୁ ବିଜେଡି କରୁଛି ପ୍ରୟାସ… ଆସନ ହାତେଇବାକୁ ପାଗ ଭିଡୁଛି ବିଜେପି… ମୈଦାନରେ କଂଗ୍ରେସ ବି ଭିଡ଼ିଛି ଅଣ୍ଟା… ପୂରା ସମାର୍ଥ୍ୟ ଲଗାଇଦେଇଛନ୍ତି କଂଗ୍ରେସ କର୍ମୀ…

(୪) ଥମୁନି ରୁଷ-ୟୁକ୍ରେନ୍‌ ଯୁନ୍ଧ… ୟୁକ୍ରେନର ରାଜଧାନୀରେ ପୁଣି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ… କିଭ୍ ଓ ଜାପୋରଝାଜିଆରେ ରୁଷର କ୍ଷେପଣାସ୍ତ୍ର ମାଡ଼… ନବଜାତ ସହ ୪ଜଣଙ୍କ ମୃତ୍ୟୁ… ସେପଟେ ରୁଷର ଆକ୍ରମଣରେ ୟୁକ୍ରେନର ଅନେକ ଆବାସିକ ଅଞ୍ଚଳ କ୍ଷତିଗ୍ରସ୍ତ…

(୫) ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌… ଆଜିଠୁ ଅନଲାଇନରେ ଆରମ୍ଭ ହେବ ଟିକେଟ୍‌ ବିକ୍ରି… ପେଟିଏମର ଡବ୍ଲୁଡବ୍ଳୁଡବ୍ଲୁ.ଇନସାଇଡର୍‌.ଇନର ୱେବ୍‌ସାଇଟ୍‌ରେ ଟିକେଟ୍‌ ହେବ ଉପଲବ୍ଧ… ଗତକାଲି ପ୍ରଥମ ଟିକେଟ୍‌ କିଣି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ… ପ୍ରତିଯୋଗିତାକୁ ବାକି ରହିଛି ଆଉ ୫୦ ଦିନ… ଜାନୁଆରୀ ୧୩ରୁ ୨୯ ଯାଏଁ ଖେଳାଯିବ ମ୍ୟାଚ୍‌…

Comments are closed.