ବଜେଟ ମୁଖ୍ୟାଂଶ: ଶିକ୍ଷା ପାଇଁ ୯୯ ହଜାର ୩୦୦ କୋଟି, ଖୁବ୍‌ଶୀଘ୍ର ଆସିବ ନୂଆ ଶିକ୍ଷାନୀତି

ନୂଆଦିଲ୍ଲୀ: ଦେଶରେ ଖୁବ୍‌ଶୀଘ୍ର ନୂଆ ଶିକ୍ଷାନୀତି ଲାଗୁ କରାଯିବ। ଏ ନେଇ ବଜେଟରେ ବ୍ୟବସ୍ଥା ହୋଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଶିକ୍ଷା କ୍ଷେତ୍ର ପାଇଁ ୯୯ ହଜାର ୩୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଦେଶରେ ୧୫୦ଟି ନୂଆ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଆରମ୍ଭ କରାଯିବ। ଗୁଣାତ୍ମକ ଶିକ୍ଷା ପାଇଁ ଡିଗ୍ରୀ ଲେଭଲ ଅନ୍‌ଲାଇନ ଶିକ୍ଷା ଆରମ୍ଭ ହେବ। ଏହା ସହିତ ଦେଶରେ ସାଇବର ଫୋରେନସିକ୍‌ ଶିକ୍ଷା ଆରମ୍ଭ କରାଯିବ ବୋଲି ଅର୍ଥମନ୍ତ୍ରୀ ବଜେଟ ଭାଷଣରେ କହିଛନ୍ତି।

Comments are closed.