ରାଜ୍ୟରେ ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୯୯୩ରେ ପହଞ୍ଚିଲା

ଭୁବନେଶ୍ବର : ସୋମବାର ରାଜ୍ୟରୁ ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୯୯୩ରେ ପହଞ୍ଚିଛି। ଆଜି ସୁସ୍ଥ ହୋଇଥିବା ୯୯ ଜଣଙ୍କ ମଧ୍ୟରୁ ଯାଜପୁରରୁ ୧୬ ଜଣ, ଖୋର୍ଦ୍ଧାରୁ ୧୩ ଜଣ, କେନ୍ଦ୍ରାପଡାରୁ ୧୧ ଜଣ ଓ ଗଞ୍ଜାମରୁ ୯ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଦେବଗଡରୁ ୮ ଜଣ, କଟକ ଓ ଜଗତସିଂହପୁରରୁ ୭ ଜଣେ ଲେଖାଏଁ, ବାଲେଶ୍ବର, ବରଗଡ ଓ ବଲାଙ୍ଗୀରରୁ ୬ ଜଣ ​ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦୁଝରରୁ ୪ ଜଣ ଏବଂ ନୟାଗଡରୁ  ୩ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସେହିପରି ସୋମବାର ସକାଳେ ରାଜ୍ୟରେ ଆଉ ୧୩୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬୩୧, ବାଲେଶ୍ବରରେ ୧୯୦, ଯାଜପୁରରେ ୩୨୫ , କଟକରେ ୧୮୭, ପୁରୀରେ ୧୦୮, କେନ୍ଦ୍ରାପଡ଼ାରେ ୧୬୭, ଅନୁଗୁଳରେ ୩୩, ଖୋର୍ଦ୍ଧାରେ ୨୫୭, ଦେବଗଡ଼ରେ ୩୩ , ଭଦ୍ରକରେ ୧୫୧, ନୟାଗଡ଼ରେ ୯୦, ଜଗତସିଂହପୁରରେ ୮୯, ସୁନ୍ଦରଗଡ଼ରେ ୧୧୧, ନୂଆପଡ଼ାରେ ୭୨, ବଲାଙ୍ଗୀରରେ ୧୨୨, ବୌଦ୍ଧରେ ୩୪, କେନ୍ଦୁଝରରେ ୪୩, ମାଲକାନଗିରିରେ ୨୧, ମୟୂରଭଞ୍ଜରେ ୭୬, କଳାହାଣ୍ଡିରେ ୨୯, କନ୍ଧମାଳରେ ୩୫, ଗଜପତିରେ ୬୧, କୋରାପୁଟରେ୧୬, ଢେଙ୍କାନାଳରେ ୩୮, ଝାରସୁଗୁଡ଼ାରେ ୮, ସମ୍ବଲପୁରରେ ୧୭, ବରଗଡ଼ରେ ୧୬, ସୁବର୍ଣ୍ଣପୁର ଜିଲ୍ଲାରେ ୨୯ ଏବଂ ନବରଙ୍ଗପୁର ଜିଲ୍ଲାରେ ୨ଜଣ ଓ ରାୟଗଡ଼ା ଜିଲ୍ଲାରେ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.