MEllora 950×100

ଶ୍ରୀ ସତ୍ୟସାଇ ବାବାଙ୍କ ୯୭ତମ ଜନ୍ମ ଉତ୍ସବ ପାଳିତ

ଭୁବନେଶ୍ୱର -ଶ୍ରୀ ସତ୍ୟସାଇ ବାବାଙ୍କ ୯୭ତମ ଜନ୍ମ ଉତ୍ସବ ଭୁବନେଶ୍ୱର ନହରକଣ୍ଟା ବାସନ୍ତୀ ଦୁର୍ଗା ସେବା ସମିତି ଏବଂ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ପାଳିତ ହୋଇଛି। ପ୍ରଭାତରେ ନଗର ପରିକ୍ରମା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଓଂକାରମ୍, ନଗର ସଂକୀର୍ତ୍ତନ, ଗାୟତ୍ରୀ ମନ୍ତ୍ର ପାଠ, ସାଇ ଗାୟତ୍ରୀ, ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ, ଜପ ସାଧନା , ଲକ୍ଷାର୍ଚ୍ଚନା ଆଦି ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।। ଅପରାହ୍ନରେ ନାରାୟଣ ସେବା ବ୍ୟବସ୍ଥା କରାଯାଇଥିଲା । ରସୁଲଗଡ କେନାଲ ରୋଡ୍‌ ସ୍ଥିତ ବ୍ରହେଶ୍ମର ମନ୍ଦିର ପରିସରରେ ପ୍ରଶାନ୍ତି ପତାକା ଉତ୍ତୋଳନ ପରେ ବାବାଙ୍କର ଷୋଡଶ ଉପଚାର ପୂଜା, ସାଇବାଣୀ ଓ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଶ୍ରୀ ସତ୍ୟ ସେବା ସଙ୍ଗଠନର ରାଜ୍ୟ ସଭାପତି ସତ୍ୟସ୍ୱରୂପ ପଟ୍ଟନାୟକ ସତସଙ୍ଗ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବାଳବିକାଶ କଳିକାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରେ ଭଗବାନଙ୍କୁ ମଙ୍ଗଳାଆରତୀ ପ୍ରଦାନ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ ।

Comments are closed.