୩ ଦିନରେ ଗିରଫ ହେଲେଣି ୯୭୩ ୱାରେଣ୍ଟି

ରାଜ୍ୟ ପୁଲିସ୍‍ ପକ୍ଷରୁ ଜାମିନ୍‍ ବିହୀନ ପରୱାନା ଜାରି ହୋଇଥିବା ଅପରାଧୀମାନଙ୍କୁ ଗିରଫ କରିବା ଲାଗି ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ୨ ଦିନରେ ୯୭୩ ଜଣ ୱାରେଣ୍ଟି ଧରାପଡିଥିବା ରାଜ୍ୟ ପୁଲିସ ମୁଖ୍ୟାଳୟ ସୂଚନା ଦେଇଛି। ଚଳିତ ମାସ ୭ ତାରିଖରୁ ଆରମ୍ଭ ହୋଇଥିବାଏହି ସ୍ୱତନ୍ତ୍ର ଅଭିଯାନ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଳ୍ପ ସମୟ ମଧ୍ୟରେ ଅପରାଧୀଙ୍କୁ ଗିରଫ କରିବାରେ ପୁଲିସ୍‍ର ଫଳାଫଳ ବେଶ୍‍ ଭଲ ରହିଛି। ତିନି ଦିନରେ ଗିରଫ ହୋଇଥିବା ୯୭୩ ଜଣ ୱାରେଣ୍ଟିଙ୍କ ମଧ୍ୟରୁ ୮୪୩ ଜଣଙ୍କୁ ଜେନେରାଲ ରେଜିଷ୍ଟର୍‍ (ଜି.ଆର୍‍) ଏବଂ ୧୩୦ ଜଣଙ୍କୁ ସେସନ୍‍ ଟ୍ରାଏଲ୍‍ (ଏସ୍‍.ଟି) ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଏହି ତିନି ଦିନ ମଧ୍ୟରେ ଗଞ୍ଜାମ, ନୟାଗଡ଼, କଟକ, ବାଲେଶ୍ୱର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରୁ ବହୁ ସଂଖ୍ୟାରେ ଅପରାଧୀଙ୍କୁ ଗିରଫ କରାଯାଇଛି।ଏହି ଅଭିଯାନ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୁଲିସ ମୁଖ୍ୟ କାର୍ଯ୍ୟାଳୟ ସୂଚନା ଦେଇଛି।

Comments are closed.