ଆଉ ୯୭ କରୋନା ଆକ୍ରାନ୍ତ ସୁସ୍ଥ ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୧୪୪କୁ ବୃଦ୍ଧି

ଭୁବନେଶ୍ବର : ଗୁରୁବାର ରାଜ୍ୟରେ ଆଉ ୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୧୪୪କୁ ବୃଦ୍ଧି ପାଇଛି।

ଆଜି ସୁସ୍ଥ ହୋଇଥିବା ୯୭ ଜଣଙ୍କୁ ମଧ୍ୟରୁ କଟକରୁ ୧୭ ଜଣ, ଖୋର୍ଦ୍ଧା ଓ ଗଞ୍ଜାମରୁ ୧୬ଜଣ ଲେଖାଏଁ ଏବଂ କନ୍ଧମାଳରୁ ୧୪ ଜଣ ଆରୋଗ୍ୟ ଲାଭ କରିଛନ୍ତି।  ସେହିପରି ମୟୂରଭଞ୍ଜରୁ ୯, ଯାଜପୁରରୁ ୭, ପୁରୀରୁ ୫, ନୟାଗଡରୁ ୪ ଓ କେନ୍ଦ୍ରାପଡାରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷ​ରେ ବରଗଡ ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳ ଓ ସୁନ୍ଦରଗଡରୁ ୨ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

 

Comments are closed.