୯୬ ବର୍ଷରେ ୪ର୍ଥ ଶ୍ରେଣୀ

0

ଇଚ୍ଛା ଶକ୍ତି ଥିଲେ ମଣିଷ ସେ ଯେକୌଣସି କାମ କରିପାରେ। ୯୬ ବର୍ଷରେ ପାଠ ପଢ଼ା ଆରମ୍ଭ କରି ଏହାକୁ ପ୍ରମାଣିତ କରିଛନ୍ତି ଜଣେ ବୃଦ୍ଧା। ନିଜେ ପଢ଼ିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି। କେରଳ ଅଲପୁଝା ଜିଲାରେ କର୍ଥଯାୟନୀ ଅମ୍ମା ନାମ୍ନୀ ଜଣେ ବୃଦ୍ଧା ମହିଳା ସାକ୍ଷରତା ମିଶନ ତରଫରୁ ଚତୁର୍ଥ ଗ୍ରେଡରେ ନାମ ଲେଖାଇଛନ୍ତି। ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପରେ ସେ ବୟୋଜ୍ୟେଷ୍ଠା ବିଦ୍ୟାର୍ଥୀ ହେବାର ମାନ୍ୟତା ପାଇଛନ୍ତି।


ସୂଚନା ଅନୁଯାୟୀ,୨୦୧୮ ଜାନୁଆରୀ ମାସରେ ଚେପଡ ଗ୍ରାମ ପଞ୍ଚାୟତର ସାକ୍ଷରତା ଟିମ୍‍ ସରକାରଙ୍କ ତରଫରୁ ବୃଦ୍ଧବ୍ୟକ୍ତିଙ୍କୁ ପାଠପଢା ପାଇଁ ଲକ୍ଷମବେଦୁ କଲୋନୀକୁ ଯାଇଥିଲେ। ସେହି କଲୋନୀରେ ରହୁଥିବା ଅନେକ ବୃଦ୍ଧା ପାଠପଢାରୁ ଦୂରେଇ ଯାଇଥିବା ବେଳେ ଅମ୍ମା ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ବର୍ତ୍ତମାନ ଅମ୍ମା ଗଣିତ ଶିଖୁଛନ୍ତି ଓ ୩ ପଣିକିଆ ଶିଖି ସାରିଲେଣି। ଏହା ସହିତ ସେ ମାଲାୟାଲାମ ଅକ୍ଷର ଶିଖୁଛନ୍ତି। ଅମ୍ମା କହିଛନ୍ତି ଯେ ଆଉ କିଛି ଦିନ ପରେ ସେ ଇଂରାଜୀ ଭାଷା ମଧ୍ୟ ଶିଖିବେ।

ଏହି ବୟସରେ ପାଠ ପଢ଼ା ପ୍ରତି ଆଗ୍ରହ ବିଷୟରେ ଅମ୍ମା କହିଛନ୍ତି ଯେ ଏଥିପାଇଁ ସେ ତାଙ୍କ ଝିଅ ଠାରୁ ପ୍ରେରଣା ପାଇଥିଲେ। ତାଙ୍କ ଝିଅ ୬୦ବର୍ଷରେ ପାଠପଢା ଶେଷ କରିଥିଲେ। ସାକ୍ଷରତା ମିଶନର ଏହି ପାଠ୍ୟକ୍ରମ ଦଶମ ଶ୍ରେଣୀର ପାରମ୍ପରିକ ପାଠ୍ୟକ୍ରମ ସହ ସମାନ। ଅମ୍ମାଙ୍କ ପରେ ଅନ୍ୟ ୩୦ଜଣ ବୃଦ୍ଧା ପାଠପଢିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣା ପଡିଛି।

Leave A Reply