୯୬ବର୍ଷରେ ସାକ୍ଷରତା ପରୀକ୍ଷା ଦେଲେ ବୃଦ୍ଧା

0

କେରଳରେ ଜଣେ ୯୬ ବର୍ଷିୟା ବୃଦ୍ଧା ସାକ୍ଷରତା ପରୀକ୍ଷାରେ ଭାଗ ନେଇଛନ୍ତି। ଏହି ପରୀକ୍ଷା କେରଳର ସାକ୍ଷରତା ମିଶନ ପକ୍ଷରୁ ଆୟୋଜନ କରାଯାଇଥିଲା। ନାଗରିକ ମାନଙ୍କ ସାକ୍ଷରତାକୁ ଯାଞ୍ଚ କରିବା ପାଇଁ ଏହା ଆୟୋଜନା କରାଯାଇଥିଲା। କାର୍ତ୍ତିୟାନୀ ଅମ୍ମା ନାମକ ୯୬ ବର୍ଷିୟା ବୃଦ୍ଧା ୪୦୪୪୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଏହି ପରୀକ୍ଷା ଦେଇଥିଲେ। ଏହି ସାକ୍ଷରତା ପରୀକ୍ଷା ଚଳିତ ବର୍ଷ ଅଗଷ୍ଟ ମାସ ୫ତାରିଖରେ ହୋଇଥିଲା।
କାର୍ତ୍ତିୟାନୀ ଅମ୍ମା ଚେପାଡ ରାଜକୀୟ ସ୍କୁଲରେ ପରୀକ୍ଷା ଦେବା ନିମନ୍ତେ ଯାଇଥିଲେ। କୁହାଯାଇଛି ଯେ, ୬ମାସ ପୂର୍ବରୁ ରାଜ୍ୟ ସାକ୍ଷରତା ମିଶନର ଏକ କାର୍ଯ୍ୟକ୍ରମରେ ଏହି ବୃଦ୍ଧା ଜଣକ ନିଜ ନାମ ଲେଖାଇଥିଲେ। ସେ ପାଠ ପଢିବା, ଲେଖିବାର ରୁଚି ରଖିଥିଲେ।
ଏହି ସାକ୍ଷରତା ପରୀକ୍ଷା ମୋଟ ୧୦୦ନମ୍ବରର କରାଯାଇଥିଲା। ଏଥିରେ ପାଠ ପଢିବା, ଲେଖିବା ଓ ଗଣିତ ପରି ବିଷୟକୁ ବୁଝି ପରୀକ୍ଷା ଦେବାକୁ ପଡିଥିଲା। ଏହି ପରୀକ୍ଷାରେ ଅନେକ ଜିଲାର କଏଦୀ ମାନେ ଭାଗ ନେଇଥିଲେ।

Leave A Reply