୯୬ ବର୍ଷରେ ସ୍ନାତକ ଡ଼ିଗ୍ରୀ: ଇଟାଲୀର ଗ୍ୟୁସେପ୍ ପୈଟର୍ନୋଙ୍କ ଲେଖିଲେ ନୂଆ ଇତିହାସ

ରୋମ: ଇଟାଲୀର ଗ୍ୟୁସେପ୍ ପୈଟର୍ନୋ । ବୟସ ୯୬ ବର୍ଷ । ଜୀବନରେ ସେ ଅନେକ କିଛି ଦେଖିଛନ୍ତି । ପିଲାଦିନେ ଦାରିଦ୍ର୍ୟ ଦେଖିଛନ୍ତି, ଯୌବନରେ ଯୁଦ୍ଧ ଦେଖିଛନ୍ତି ଓ ପରିଣତ ବୟସରେ ଦେଖିଛନ୍ତି କରୋନା ମହାମାରୀ । ମାତ୍ର ଏହାପରେ ଯେ ଯେଉଁ ଉପଲବ୍ଧି ହାସଲ କରିଛନ୍ତି ତାହା ହେଉଛି ବିରଳ । ୯୬ ବର୍ଷ ବୟସରେ ସେ ସ୍ନାତକ ପାଠ୍ୟକ୍ରମ ଶେଷ କରିଛନ୍ତି ଏବଂ ଦେଶର ସବୁଠାରୁ ବୟସ୍କ ସ୍ନାତକର ମାନ୍ୟତା ଲାଭ କରିଛନ୍ତି । 

ଗ୍ୟୁସେପ୍ ଇତିହାସ ଓ ଦର୍ଶନ ଶାସ୍ତ୍ରରେ ସ୍ନାତକ ଡ଼ିଗ୍ରୀ ହାସଲ କରିବା ପରେ ପୁରା ଖୁସି ଅଛନ୍ତି । ନିଜ ପରିବାରରେ ଏହାକୁ ଧୁମଧାମରେ ପାଳିଛନ୍ତି ।  ସେ ଇଟାଲୀର ପାଲେର୍ମୋ ସହରର ୟୁନିଭରସିଟି ଅଫ୍ ପାଲେର୍ମୋରୁ ସ୍ନାତକ ଡ଼ିଗ୍ରୀ ଶେଷ କରିଛନ୍ତି।

ଚଳିତ ବର୍ଷ କରୋନା ଯୋଗୁଁ ବିଶ୍ଵବିଦ୍ୟାଳୟ ପକ୍ଷରୁ ଅନଲାଇନ୍ ପରୀକ୍ଷା କରାଯାଇଥିଲା ଏବଂ ଗ୍ୟୁସେପ୍ ଏଥିରେ କୃତକାର୍ଯ୍ୟ ହୋଇଥିଲେ ।  ଗ୍ୟୁସେପ କହିଛନ୍ତି ଯେ ଜ୍ଞାନ ହେଉଛି ଏକ ଖଣି ଓ ସେ କେବଳ ଏଥିରୁ ଗୋଟିଏ ସୁଟକେଶ୍ ଭର୍ତି କରିବାକୁ ସମର୍ଥ ହୋଇଛନ୍ତି ।

Comments are closed.