ଦେଶରେ ଚିହ୍ନଟ ହେଲେ ୯୪୧୯ ନୂଆ ଆକ୍ରାନ୍ତ; ଦିନକରେ ୮୨୫୧ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୪୧୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦିନକ ମଧ୍ୟରେ ୮୨୫୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୮.୩୬% ରହିଥିବାବେଳେ ଦୈନିକ ସଂକ୍ରମଣ ହାର ୦.୭୩% ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୭୪% ରହିଛି। ଦେଶରେ ଏପର୍ଯ୍ୟନ୍ତ ୩,୪୦,୯୭,୩୮୮ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୯୪,୭୪୨ ସକ୍ରିୟ ସଂକ୍ରମିତ ରହିଛନ୍ତି। ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୧୩୦.୩୯ କୋଟି ପାନ କୋଭିଡ ଟିକା ଦିଆଯାଇଛି।

Comments are closed.