ଭାରତରେ କରୋନା: ୯୩୪ ମୃତ, ୨୯ ହଜାର ୪୩୫ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଚାଲିଛି। ମଙ୍ଗଳବାର ସୁଦ୍ଧା​‌ ଦେଶରେ ୨୯ ହଜାର ୪୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୩୪ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୨୧ ହଜାର ୬୩୨ ଜଣ ଚିକିତ୍ସାଧୀନ ଥିବାବେଳେ ୬୮୬୮  ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟ୍‌ରେ ଦର୍ଶାଯାଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସେହିପରି ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ସର୍ବାଧିକ ୮ ହଜାର ୫୯୦ ଜଣ ସଂକ୍ରମିତ ହୋଇଥିବାବେଳେ ୩୬୯ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପଛକୁ ଗୁଜରାଟରେ ୩୫୪୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୬୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ ୩୧୦୮ ଆକ୍ରାନ୍ତ, ୫୪ ମୃତ, ରାଜସ୍ଥାନରେ ୨୩୩୫ ସଂକ୍ରମିତ ଓ ୫୧ ମୃତ, ମଧ୍ୟପ୍ରଦେଶରେ ୨୧୬୫ ଆକ୍ରାନ୍ତ, ୧୧୦ ମୃତ, ତାମିଲନାଡୁରେ ୧୯୩୭ ଆକ୍ରାନ୍ତ, ୨୪ ମୃତ, ଉତ୍ତରପ୍ରଦେଶରେ ୧୯୮୬ ଆକ୍ରାନ୍ତ ଓ ୩୧ ମୃତ, ଆନ୍ଧ୍ରପ୍ରଦେଶରେ ୧୨୫୯ ଆକ୍ରାନ୍ତ ଓ ୩୧ ମୃତ ଏବଂ ତେଲେଙ୍ଗାନାରେ ୧୦୦୩ ସଂକ୍ରମିତ ହୋଇଥିବାବେଳେ ୨୫ ଜଣ ପ୍ରାଣ ହରାଇଛନ୍ତି।

Comments are closed.