୯୧ ବର୍ଷ ପୂର୍ବ ବିମାନ ସେବା

୧୯୩୦ ସମୟର ବିମାନ ସେବାର ଫଟୋ ଦେଖିଲେ, ପାଠକେ ଅନୁଭବ କରିପାରିବେ ପ୍ରକୃତରେ ଏକ ବିରାଟ ପରିବର୍ତ୍ତନ ହୋଇଛି। ସେସମୟରେ ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମିଳୁଥିବା ସୁବିଧା ମହଙ୍ଗା ହେବା ସହ ୨ମାସ ପୂର୍ବରୁ ବୁକିଂ କରିବାକୁ ପଡ଼ୁଥିଲା। ଜରୁରୀକାଳୀନ ପରିସ୍ଥିତିରେ ଶିଳ୍ପପତିମାନେ ୩-୪ଗୁଣା ଅଧିକ ଭଡ଼ା ଦେଇ ବିମାନ ଟିକେଟ୍ ବୁକିଂ କରୁଥିଲେ। ଆମେରିକା, ବ୍ରିଟେନ୍‌ରେ ସେସମୟରେ ବିମାନ ଭିତରେ ଉଦ୍ଦିଷ୍ଟ ଆସନ ପାଇଁ ବେତ ଚେୟାର୍ ପ୍ରଥମେ ବ୍ୟବହାର କରାଯାଉଥିଲା, କିଛି ବର୍ଷ ପରେ ଏହା ଦାମୀ ସେଫାର ରୂପ ନେଲା। ବ୍ରିଟେନ୍‌ରେ ଚାଲୁଥିବା ବିମାନଗୁଡ଼ିକରେ ରେଳ ପରି ଦୁଇଟି ବର୍ଥର ସୁବିଧା ଥିଲା। ଜାଣିଆଶ୍ଚର୍ଯ୍ୟ ହେବେ, ସେତେବେଳେ ଆମେରିକାରେ ‘ସ୍ଲିପର୍‌ ପ୍ଲେନ୍’ ଚାଲୁଥିଲା। ଯାତ୍ରୀଙ୍କୁ ଏଥିରେ ୩ ଥର ସୁବ୍ୟବସ୍ଥିତ ସୁଆଦିଆ ଭୋଜନ ପରିବେଷଣ ସହିତ ଶୋଇବା ପାଇଁ ଖଟ ମଧ୍ୟ ରହୁଥିଲା। ୧୯୩୧ବେଳକୁ ଲଣ୍ଡନରୁ ସିଙ୍ଗାପୁର ଯାତ୍ରା ବିମାନରେ ୮ଦିନ ଲାଗୁଥିଲା, ବର୍ତ୍ତମାନ ୧୨ ଘଣ୍ଟା ୫୫ ମିନିଟ୍‌ରେ ଏଇ ଯାତ୍ରା ସମାପ୍ତ ହେଉଛି। ଧନୀ ଶିଳ୍ପପତିମାନେ ନିଜ ବିମାନ ଯାତ୍ରା ବିଷୟରେ ପ୍ରଚାର କରିବାକୁ ପସନ୍ଦ କରୁଥିଲେ କାରଣ ୯୧ ବର୍ଷ ତଳେ ଏଇ ଯାତ୍ରା ବେଶ୍ ମହଙ୍ଗା ଥିଲା।

Comments are closed.