ନିଜେ ସଞ୍ଚିଥିବା ୯ହଜାର ଟଙ୍କାକୁ କେରଳ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଦାନ କଲା ନାବାଳିକା

0

ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ବିଭିନ୍ନ ପ୍ରାନ୍ତରୁ ସହାୟତା ଆସୁଛି। ଏହି ସହାୟତାରେ ରହିଛି ତାମିଲନାଡୁର ୯ ବର୍ଷ ବୟସ୍କା ଅନୁପ୍ରିୟାଙ୍କ ଯୋଗଦାନ। ଭିଲୁପୁରମ ନିବାସୀ ଅନୁପ୍ରିୟା ନିଜ ପାଇଁ ଏକ ଦାମୀ ସାଇକଲ୍‍ କ୍ରୟ କରିବା ନିମନ୍ତେ ଗତ ୪ ବର୍ଷ ହେବ ସଞ୍ଚୟ କରିଥିବା ୯୦୦୦ ଟଙ୍କା ଦାନ କରିଛନ୍ତି। ଟେଲିଭିଜନ୍‍ରେ କେରଳବାସୀଙ୍କ ପରିସ୍ଥିତି ଦେଖିବା ପରେ କୁନି ଅନୁପ୍ରିୟା ପିତାମାତାଙ୍କ ନିକଟରେ ତାଙ୍କ ଇଚ୍ଛା ପ୍ରକାଶ କରିଥିଲେ। ଝିଅର ନିଷ୍ପତ୍ତିରେ ଆତ୍ମବିଭୋର ମାତାପିତା ତୁରନ୍ତ ରିଲିଫ୍‍ ପାଣ୍ଠି ସହିତ ଯୋଗାଯୋଗ କରିଥିଲେ। ସେତୁ ବନ୍ଧ ବାନ୍ଧିବାରେ କ୍ଷୁଦ୍ର ଗୁଣ୍ଡୁଚି ମୂଷାର ଭୂମିକା ଭଳି ଶିଶୁ ଅନୁପ୍ରିୟାଙ୍କ ଏହି ସହଯୋଗକୁ କେରଳ ତଥା ଦେଶବାସୀ ସର୍ବଦା ସ୍ମରଣ ରଖିବେ।

Leave A Reply