ସୈନ୍ୟ ବାହିନୀରେ ୯୦୦୦ ଅଫିସର ଅଭାବ

0

ନୂଆଦିଲ୍ଲୀ : ସେନାର ତିନିଟି ବାହିନୀରେ ଏବେ ୯୦୦୦ ଅଫିସରଙ୍କ ଅଭାବ ରହିଛି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍ରେ ଲୋକସଭାକୁ ଦେଇଥିବା ଲିଖିତ ଉତ୍ତର ଅନୁଯାୟୀ ସ୍ଥଳସେନା ପାଇଁ ସର୍ବାଧିକ ୭୨୯୮ ଅଫିସରଙ୍କ ଅଭାବ ରହିଛି। ସ୍ଥଳ ସେନାରେ ୪୯,୯୩୩ ଅଫିସର ରହିବାର ବ୍ୟବସ୍ଥା ଥିବାବେଳେ ୨୦୧୮ ଜାନୁଆରୀ ସୁଦ୍ଧା ୪୨,୬୩୫ ଅଫିସର ଅଛନ୍ତି। ସେହିପରି ନୌସେନାରେ ୧,୬୦୬ ଓ ବାୟୁସେନାର ୧୯୨ ଅଫିସର ପଦ ଖାଲି ପଡିଛି। ଭାରତୀୟ ସୈନ୍ୟବାହିନୀର ମୋଟ କ୍ଷମତା ୧ଲକ୍ଷ ୪୦ହଜାର ଯାହା ବିଶ୍ୱର ଦ୍ୱିତୀୟ ବୃହତ ସେନା ଭାବେ ପରିଗଣିତ।

Leave A Reply