ପ୍ରବାସୀଙ୍କ ନିଯୁକ୍ତି ସୁଯୋଗ ନିମନ୍ତେ ୯୦୦କୋଟି ସ୍ବଳ୍ପ ମିଆଦି ଋଣ ବ୍ୟବସ୍ଥା

ଭୁବନେଶ୍ବର: କୋଭିଡ୍-୧୯ ଲକ୍ ଡାଉନ୍ରେ ରାଜ୍ୟକୁ ଫେରୁଥିବା ଶ୍ରମିକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସକାଶେ ଓଡ଼ିଶା ସରକାର ଯୋଜନା କରିଛନ୍ତି । ଏଥି ପାଇଁ ବିଭିନ୍ନ ଅର୍ଥନୀତିକ କାର୍ଯ୍ୟକଳାପ ନିମନ୍ତେ ୯୦୦ କୋଟି ଟଙ୍କାର ସ୍ୱଳ୍ପ ମିଆଦି ଋଣ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ଅସିତ୍ ପାଣିଗ୍ରାହୀ
ବର୍ତ୍ତମାନ ପର୍ଯ୍ୟନ୍ତ ୧୪,୬୬୯ ଜଣ ପ୍ରବାସୀଙ୍କୁ ସେମାନଙ୍କ ନିଜ ରାଜ୍ୟର ବର୍ଡର ଚେକ୍ ପୋଷ୍ଟ ନିକଟରେ ବସ୍ ଜରିଆରେ ପହଞ୍ଚା ଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ବିଭିନ୍ନ ବାହାର ରାଜ୍ୟରୁ ୧,୫୩,୭୩୮ ଜଣ ପ୍ରବାସୀ କେବଳ୧୦୯ଟି ସ୍ୱତନ୍ତ୍ର ଟ୍ରେନ୍ ମାଧ୍ୟମରେ ଓଡ଼ିଶା ଆସିଛନ୍ତି ବୋଲି ସେ କହିଛନ୍ତି ।