ରାଜ୍ୟରେ ଆଉ ୯୦ କରୋନା ପଜିଟିଭ୍ ଚିହ୍ନଟ, ୨୪୭୮ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ଗୁରୁବାର ଆଉ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ୯୦ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୱେବସାଇଟରେ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ୯୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୧୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଜି ଚିହ୍ନଟ କରୋନା ପଜିଟିଭ ମଧ୍ୟରୁ ଖୋର୍ଦ୍ଧାରୁ ୨୫, ନୟାଗଡ଼ରୁ ୭, ଗଂଜାମରୁ ୨୨, ଢେଙ୍କାନାଳରୁ ୧୦, ଭଦ୍ରକରୁ ୯, ନୟାଗଡ଼ରୁ ୭, ସୁନ୍ଦରଗଡ଼ ଓ କଟକରୁ ୫ ଜଣ ଲେଖାଏଁ, ପୁରୀରୁ ୨, ଅନୁଗୁଳ, ବାଲେଶ୍ୱର, କଳାହାଣ୍ଡି, ସମ୍ବଲପୁର ଓ ବରଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାମାରୀ କରୋନା ଯୋଗୁଁ ରାଜ୍ୟରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦୫୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Comments are closed.