୯ ବର୍ଷର ଶିଶୁ ରିୟାନ କାଜି: ୟୁ-ଟ୍ୟୁବରୁ ବାର୍ଷିକ ରୋଜଗାର କରୁଛି ୨୨୯ କୋଟି ଟଙ୍କା

ୱାଶିଂଟନ୍: ଡିଜିଟାଲ୍ ମିଡିଆ ମାଧ୍ୟମରେ ଲୋକମାନେ  ବହୁତ ରୋଜଗାର କରିଛନ୍ତି | ବିଶେଷ କଥା ହେଉଛି ଏହି ପ୍ଲାଟଫର୍ମଗୁଡିକରେ ରୋଜଗାର କ୍ଷେତ୍ରରେ କୌଣସି ବୟସ ସୀମା ନାହିଁ | ଏହାର ସଦ୍ୟତମ ଉଦାହରଣ ହେଉଛି ୟୁଟ୍ୟୁବ୍ । ୟୁଟ୍ୟୁବ୍ ପ୍ଲାଟଫର୍ମରେ ଜଣେ ୯ ବର୍ଷର ଶିଶୁ ବାର୍ଷିକ ଶହଶହ କୋଟି ଟଙ୍କା ରୋଜଗାର କରିଥିବା ଘଟଣା ଅନେକଙ୍କୁ ହୁଏତ ଆଶ୍ଚର୍ଯ୍ୟ କରିବ । ମାତ୍ର ଘଟଣାଟି ସତ ଓ ଏହା ଆମେରିକାରେ ହିଁ ଘଟିଛି ।

ଖବର ଅନୁଯାୟୀ, ଆମେରିକାରେ ରହୁଥିବା ୯ ବର୍ଷିୟ ରିୟାନ୍ କାଜି ୟୁଟ୍ୟୁବରେ ଖେଳନାର ସମୀକ୍ଷା କରନ୍ତି । ଖେଳନାକୁ କିପରି ବାକ୍ସରୁ ଖୋଲାଯିବ, ଏହାକୁ କିପରି ଖେଳାଯିବ, ଏଥିରେ କେମିତି ବ୍ୟାଟେରୀ ପକାଯିବ ଏମିତି ଅନେକ କିଛି । ଏହାର ଭିଡ଼ିଓ କରି ୟୁ ଟ୍ୟୁବରେ ଅପଲୋଡ଼ କରନ୍ତି । ଆଉ ଏଥିରୁ ରୋଜଗାର କରିଛନ୍ତି ଶହଶହ କୋଟି ଟଙ୍କା । କେବଳ ୨୦୨୦ ମସିହାରେ ସେ ୨୯.୫ ନିୟୁତ ଡ଼ଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୨୨୧ କୋଟି ଟଙ୍କା ରୋଜଗାର କରିଛନ୍ତି ।

ରିୟାନ ଗତ ୫ ବର୍ଷ ହେଲା ଏହିପରି ଭିଡ଼ିଓ ପ୍ରସ୍ତୁତ କରୁଛନ୍ତି । ତାଙ୍କୁ ଯେତେବେଳେ ୫ ବର୍ଷ ସେତେବେଳେ ସେ ପ୍ରଥମ ଭିଡ଼ିଓ ପ୍ରସ୍ତୁତ କରିଥିଲେ । ଲୋକମାନେ ରିୟାନଙ୍କ ଭିଡିଓ ସମୀକ୍ଷା ପଦ୍ଧତି ପସନ୍ଦ କରିବାକୁ ଲାଗିଲେ ଏବଂ ତାଙ୍କର ପ୍ରଶଂସକ ବୃଦ୍ଧି ପାଇବାକୁ ଲାଗିଲେ । ରିୟାନର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଅନେକ ଖେଳନା କମ୍ପାନୀ ତାଙ୍କ ପାଖକୁ ଆସନ୍ତି ଏବଂ ରିଆନ୍ ଅତ୍ୟାଧୁନିକ ଖେଳନାକୁ ଅନଲକ୍  କରି ସମୀକ୍ଷା କରନ୍ତି  ଏଥି ସହିତ, ଲକ୍ଷ ଲକ୍ଷ ଲୋକ ୟୁଟ୍ୟୁବରେ ତାଙ୍କର ଏହି ଭିଡିଓ ଦେଖନ୍ତି ।

କେବଳ ୟୁଟ୍ୟୁବରେ ଭିଡ଼ିଓ ଅପଲୋଡ଼ କରି ସେ ଟଙ୍କା ପାଆନ୍ତି ନାହିଁ, ବିିଭିନ୍ନ ଖେଳନା କମ୍ପାନୀ ସେମାନଙ୍କର ଖେଳନାର ସମୀକ୍ଷା ନିମନ୍ତେ ରିୟାନଙ୍କ ସହାୟତା ନିଅନ୍ତି ଓ ଏଥିପାଇଁ ଅର୍ଥପ୍ରଦାନ କରିଥାଆନ୍ତି । ନିକଟରେ ରିୟାନ ନିକଲେଡ଼ିୟନ ସହ ଏକ ଟିଭି ସିରିଜ ନିମନ୍ତେ ଚୁକ୍ତି କରିଛନ୍ତି । ସେହିପରି ତାଙ୍କର ହ୍ୟୁଜ ଏଗ୍ସ ନାମକ ଏକ ଖେଳନା ସଂକ୍ରାନ୍ତ ଭିଡ଼ିଓକୁ ୨ ବିଲିଅନ ଲୋକ ଦେଖିଛନ୍ତି । ୟୁ ଟ୍ୟୁବ୍ ଇତିହାସରେ ସର୍ବାଧିକ ଦେଖାଯାଇଥିବା ୬୦ଟି ଭିଡ଼ିଓ ମଧ୍ୟରୁ ଏହି ଭିଡ଼ିଓ ଗୋଟିଏ ବୋଲି କୁହାଯାଉଛି । ଆଉ ୟୁ ଟ୍ୟୁବରେ ଲକ୍ଷଲକ୍ଷ ଲୋକ ରିୟାନଙ୍କୁ ଫଲୋ କରୁଛନ୍ତି ।

Comments are closed.