ବିଜେଡ଼ିରେ ସାଙ୍ଗଠନିକ ନବକଳେବର: ୮ ବରିଷ୍ଠ ଉପସଭାପତିଙ୍କୁ ମିଶାଇ ୧୭ ନିଯୁକ୍ତି

୯ ଉପସଭାପତିଙ୍କୁ ବିଭିନ୍ନ ଶାଖାର ଦାୟିତ୍ବ, ସଞ୍ଜୟ ଦାସବର୍ମା ମୁଖ୍ୟାଳୟ ସାଧାରଣ ସମ୍ପାଦକ

ବିଜୁ ଜନତା ଦଳ ୮ ଜଣ ବରିଷ୍ଠ ଉପସଭାପତି, ୯ ଜଣ ଉପସଭାପତି ଓ ଜଣେ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତ କରିଛି। ଅନ୍ୟ ପକ୍ଷରେ ନବ ନିଯୁକ୍ତ ୯ ଉପସଭାପତିଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଉପସଭାପତି ଭାବେ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଓ ବିମ୍ବାଧର କୁଅଁର ନିଯୁକ୍ତି ପାଇଛନ୍ତି।

ସେହିପରି ଉପସଭାପତି ପଦବୀରେ ମଙ୍ଗଳା କିଷାନ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ମିଶ୍ର, ବିକ୍ରମ କେଶରୀ ଆରୁଖ, ଉଷା ଦେବୀ, ପ୍ରମିଳା ମଲ୍ଲିକ, ବଦ୍ରିନାରାୟଣ ପାତ୍ର, ପ୍ରଦୀପ କୁମାର ଅମାତ ଓ ପଦ୍ମନାଭ ବେହେରା ପ୍ରମୁଖଙ୍କୁ ନିଯୁକ୍ତି ମିଳିଛି।

ଉପସଭାପତିମାନଙ୍କୁ ଦଳ ଦାୟିତ୍ୱ ଦେଇଛି ଓ ସେହି କ୍ରମରେ ମଙ୍ଗଳା କିଷାନଙ୍କୁ ଜନଜାତି ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଦେବୀ ମିଶ୍ରଙ୍କୁ ମୋ ପରିବାର, ବିକ୍ରମ କେଶରୀ ଆରୁଖଙ୍କୁ ପରିବେଶ, ଉଷା ଦେବୀଙ୍କୁ ସାମାଜିକ ମଙ୍ଗଳ, ପ୍ରମିଳା ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ, ବଦ୍ରିନାରାୟଣ ପାତ୍ରଙ୍କୁ ଆଞ୍ଚଳିକ ଉନ୍ନୟନ, ପ୍ରଦୀପ କୁମାର ଅମାତଙ୍କୁ ସଶକ୍ତ ଓଡିଶା ଓ ପଦ୍ମନାଭ ବେହେରାଙ୍କୁ ତଫସିଲଭୁକ୍ତ ଜାତି ସଶକ୍ତିକରଣ ଦାୟିତ୍ୱ ମିଳିଛି। ସଞ୍ଜୟ ଦାସବର୍ମାଙ୍କୁ ମୁଖ୍ୟାଳୟରେ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।

Comments are closed.