ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ ; ୯ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆର ସମେତ ଦେଶର ବିଭିନ୍ନ ସ୍ଥାନରେ ବଡ଼ ଧରଣର ଆକ୍ରମଣ ଯୋଜନା ରହିଥିବା ସୂଚନା ପାଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ,୯ ଜଣ ଅଲ- କାଏଦା ଆତଙ୍କବାଦୀଙ୍କୁ ଗିରଫ କରିଥିବା ଶନିବାର ଜଣାପଡ଼ିଛି। ଏନଆଇଏ ଅଧିକାରୀ ଏକାକାଳୀନ ଚଢାଉ କରି କେରଳ ଏର୍ଣ୍ଣକୁଲମରୁ ୩, ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ୬ ଜଣଙ୍କୁ ଗିରଫ କରିଛନ୍ତି।
ଗିରଫ ଆତଙ୍କବାଦୀଙ୍କ ନିକଟରୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ସେମାନଙ୍କ ନିକଟରୁ ଡ଼ିଜିଟାଲ ସାମଗ୍ରୀ, ବନ୍ଧୁକ, ଧାରୁଆ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଆଦି ଜବତ ହୋଇଛି ବୋଲି ସୂଚନା ମିଳିଛି।

Comments are closed.