ଘରକୁ ବାରଣ, ବିଦ୍ୟାଳୟରେ ରହୁଛନ୍ତି ନଅ ପାରାଦୀପ ଫେରନ୍ତା

ପାଟଣା: ପାଟଣା ବ୍ଳକ ଅନ୍ତର୍ଗତ ବୁଢୀକାପୁଡି ପଞ୍ଚାୟତ ତେନ୍ତଳା ଗ୍ରାମରେ ନଅ ଜଣ ଯୁବକଙ୍କୁ ନିଜ ନିଜ ଘରକୁ ଫେରିବାକୁ ଗ୍ରାମବାସୀ ବାରଣ କରିବାରୁ ସେମାନେ ଗ୍ରାମର ଏକ ବିଦ୍ୟାଳୟରେ ଦୁଇଦିନ ହେଲା ରହୁଛନ୍ତି। ଏହି ଯୁବକମାନେ ପାରାଦୀପରେ କାମ କରୁଥିବା ବେଳେ ଦୁଇ ଦିନ ତଳେ ଗ୍ରାମକୁ ଫେରିଥିଲେ। ଗ୍ରାମବାସୀ ଏହି ଯୁବକମାନଙ୍କୁ ପଞ୍ଚାୟତ ସଙ୍ଗରୋଧ ଗୃହରେ ରହିବାକୁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ଧରା ଛୁଆଁ ନ ଦେବାରୁ ବାଧ୍ୟ ହୋଇ ଗ୍ରାମବାସୀ ସେମାନଙ୍କୁ ଏକ ବିଦ୍ୟାଳୟରେ ରଖିଛନ୍ତି। ସେମାନଙ୍କ ପରିବାର ଲୋକ ଖାଦ୍ୟ ପେୟ ନେଇ ବିଦ୍ୟାଳୟରେ ଦେଉଛନ୍ତି।

ପଞ୍ଚାୟତର ସଙ୍ଗରୋଧ ଥାଉ ଥାଉ ପାରାଦୀପ ଫେରନ୍ତା ନଅ ଜଣ ଯୁବକ ବିଦ୍ୟାଳୟରେ ଆଶ୍ରୟ ନେବା ଘଟଣା ଗାଁରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିବାରୁ ଗ୍ରାମବାସୀ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

Comments are closed.