କିନୌର ଭୂସ୍ଖଳନ ଘଟଣା: ୯ ପର୍ଯ୍ୟଟକ ମୃତ, ୩ ଆହତ

କିନୌର ଜିଲ୍ଲା ସାଙ୍ଗଲା ଉପତ୍ୟକାର ବୁଟସାରୀ ଅଞ୍ଚଳ ନିକଟ ଏକ ପାହାଡରୁ ବଡ଼ ଧରଣର ଭୂସ୍ଖଳନ ଯୋଗୁ ୯ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଏକ ଟେମ୍ପୋରେ ବସିଥିବା ୧୧ ଜଣ ଲୋକଙ୍କ ମଧ୍ୟରୁ ୯ ଜଣ ପ୍ରାଣ ହରାଇଛନ୍ତି ଏବଂ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଠ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ସ୍ଥାନୀୟ ଲୋକଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିମାନେ ହେଉଛନ୍ତି ମହାରାଷ୍ଟ୍ରର ପ୍ରତୀକ୍ଷା ସୁନୀଲ ପାଟିଲ (୨୭), ଜୟପୁରର ଦୀପା ଶର୍ମା (୩୪), ଛତିଶଗଡର ଆମୋଗ ବାପତ (୨୭), ପଶ୍ଚିମ ଦିଲ୍ଲୀର ଡ୍ରାଇଭର ଉମରାବ ସିଂ (୪୨), ରାଜସ୍ଥାନର କୁମାର ଉଲହାସ ବେଦ ପାଠକ (୩୭), ଅନୁରାଗ ବିୟାନି (୩୧), ମାୟା ଦେବୀ ବିୟାନି (୫୫), ରିଚା ବିୟାନି (୨୫) ଏବଂ ଛତିଶଗଡର ସତୀଶ କଟକବର (୩୪)। ଆହତମାନେ ପଶ୍ଚିମ ଦିଲ୍ଲୀର ଶିରିଲ ଓବ୍ରୋ, ମୋହାଲି ପଞ୍ଜାବର ନବୀନ ଭରଦ୍ୱାଜ ଏବଂ ସାଙ୍ଗଲା କିନୌରର ରଜିତ ସିଂ ଚିହ୍ନଟ ହୋଇଛନ୍ତି।

Comments are closed.