ଡିଭାଇଡର ଟପି ଟ୍ରକକୁ ଧକ୍କା ଦେଲା ସ୍କର୍ପିଓ, ୯ ମୃତ

ଉତ୍ତରପ୍ରଦେଶର ଆଗ୍ରା ଅନ୍ତର୍ଗତ ଏତ୍ମାଦୌଲା ଥାନା ମଣ୍ଡି ସମିତି ସମ୍ମୁଖରେ ଗୁରୁବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ସ୍କର୍ପିଓ ଡିଭାଇଡର ଟପି ରାସ୍ତା ଆରପଟକୁ ଯାଇ ଗୋଟିଏ ଟ୍ରକ୍‌କୁ ଧକ୍କା ଦେବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ  ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସିଟି ଏସପି ରୋହନ ପ୍ରମୋଦ କହିଛନ୍ତି ଯେ, ଟୁଣ୍ଡଲା ପଟୁ ଝାଡ଼ଖଣ୍ଡ ନମ୍ବର ଥିବା ଏକ  ସ୍କର୍ପିଓ ମଥୁରା ଅଭିମୁଖେ ଯାଉଥିଲା। ଅଚାନକ ସ୍କର୍ପିଓଟି ଡିଭାଇଡର ଉପରେ ଚଢ଼ିଯାଇଥି ରାସ୍ତା ଆରପଟକୁ ଚାଲିଯାଇଥିଲା। ଫଳରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ସ୍କର୍ପିଓର ମୁହାଁମୁହିଁ ଧକ୍କା ହୋଇଥିଲା। ସମସ୍ତ ମୃତକ ବିହାରର ହୋଇଥିବାବେଳେ ସେମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରାଯାଉଛି। ଗାଡ଼ି ଚଳାଇବା ସମୟରେ ସ୍କର୍ପିଓ ଡ୍ରାଇଭରର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Comments are closed.