କାଠୁଆରେ ଖାତକୁ କାର୍‌ ଖସି ୯ ମୃତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର କାଠୁଆ ଜିଲା ଅନ୍ତର୍ଗତ ମହ୍ଲାର ଅଞ୍ଚଳରେ ଶନିବାର ଏକ କାର୍‌ ଗଭୀର ଖାତକୁ ଖସିପଡ଼ିବା ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କାରଟି ଦ୍ରୁତଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଥିଲା। ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମୃତକମାନଙ୍କ ପରିଚୟ ଖୋଜିବାକୁ ପୁଲିସ ଉଦ୍ୟମ ଜାରି ରଖିଛି।

Comments are closed.