ପୁରୀରେ ୯ ଜୁଆଡ଼ି ଗିରଫ, ୩୧ହଜାର ଟଙ୍କା ଜବତ

ପୁରୀ: କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ପୁରୀ ମାର୍କେଟ୍‌ ଛକ ଅଞ୍ଚଳରେ ଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢଉ କରି ୯ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ପକ୍ଷରୁ ୩୧ହଜାର ଟଙ୍କା ଜବତ କରିଛି। ସେମାନଙ୍କ ନିକଟରୁ ୨ଟି କାଲ୍‌କୁଲେଟର, ନୋଟ୍‌ ବୁକ୍ ଓ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି। ଏଥିନେଇ କୁମ୍ଭାରପଡ଼ା ଥାନା କେସ୍‌ ନଂ ୧୩୬/୨୦ ୟୁ/ଏସ୍‌ ୪୨୦/୩୪ ଆଇପିସି/୩ ଓପିଜି ଆକ୍ଟ/୪ଓ୫ପିଜିଏମ୍‌ସି ବ୍ୟାନିଂ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଗିରଫ ହୋଇଥିବା ୯ଜଣ ଜୁଆଡ଼ିଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦିଆଯାଇଛି।

Comments are closed.