MEllora 950×100

ସକାଳ @୯ ମୁଖ୍ୟ ଖବର

(୧) ପଦ୍ମପୁର ପାଇଁ ଚାଲିଛି ଅଙ୍କକଷା… ଘନଘନ ପ୍ରଚାର କରୁଛନ୍ତି ହେଭିୱେଟ୍‌… ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ… ୩ଦିନ ଯାଏଁ ବିଭିନ୍ନ ସ୍ଥାନରେ କରିବେ ସଭା ସହ ରାଲି… ବିଜେଡି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଭୋଟରଙ୍କୁ ମନାଇବାକୁ କରାଯାଉଛି ପ୍ରୟାସ…

(୨) ଆଜି ବନ୍ଦ ହେଲାନି ପଦ୍ମପୁର… ଜିଏସଟି ଯୁଗ୍ମ କମିଶନରଙ୍କ ସହ ବଣିକ ସଂଘର ଆଲୋଚନା ପରେ ନିଷ୍ପତ୍ତି… ଉପନିର୍ବାଚନ ଯାଏଁ ହେବନି ରେଡ୍‌… ପ୍ରତିଶ୍ରୁତି ଦେଲେ  ଜିଏସଟି ଯୁଗ୍ମ କମିଶନର… ଗତକାଲି ଦୋକାନ ସହ ପେଟ୍ରୋଲ ପମ୍ପରେ ଚଢ଼ାଉ କରିଥିଲା ଜିଏସଟି ବିଭାଗ…

(୩) ଅର୍ଚ୍ଚନା ନାଗ ମାମଲା… ଏବେ ପଡ଼ିବ କାହାର ପାଳି…? ପ୍ରବର୍ତ୍ତନ ନିର୍ଦେଶାଳୟରେ କିଏ ହେବେ ହାଜର… ପ୍ରଯୋଜକ ଓ ବ୍ୟବସାୟୀଙ୍କ ପ​‌ରେ ଇଡି ଅଫିସରେ ପଡ଼ିପାରେ ନେତାଙ୍କ ପାଦ… ପ୍ରବର୍ତ୍ତନ ନିର୍ଦେଶାଳୟ ଉପରେ ରହିଛି ସମସ୍ତଙ୍କ ଆଖି… କେଉଁ ମୋଡ଼ ନେବ ଲେଡି ବ୍ଲାକମେଲର କ୍ୱିନ୍‌ ମାମଲା…

(୪) ନିର୍ବାଚନ ପାଇଁ ଗୁଜରାଟରେ ସମସ୍ତ ଦଳର କଡ଼ା କସରତ… ଭୋଟରଙ୍କୁ ମନାଇବାକୁ ଚାଲିଛି ପ୍ରୟାସ… ଆଉ ଗୋଟିଏ ଦିନ ପରେ ୮୯ଟି ଆସନ ପାଇଁ ହେବ ମତଦାନ… ଡିସେମ୍ବର ୧ରେ ପଡ଼ିବ ଭୋଟ୍‌… ଗଡ଼ ବଞ୍ଚାଇବାକୁ ବିଜେପିର ଜୋରଦାର ପ୍ରୟାସ… କଂଗ୍ରେସ ମଧ୍ୟ କରୁଛି ସଭା… ପ୍ରତିଦିନ ରୋଡ୍‌ ସୋ’ କରୁଛନ୍ତି ବିଜେପି, କଂଗ୍ରେସ ଓ ଆପ୍‌ କର୍ମୀ…

(୫) ଶ୍ରୀଜିଉଙ୍କ ଫଟୋ ଭାଇରାଲ ଘଟଣା… ଗିରଫ ହେଲେ ୟୁଟ୍ୟୁବର ଯୁବକ… ବାଙ୍ଗଲାଦେଶ ୟୁଟ୍ୟୁବର ଆକାଶ ଚୌଧୁରୀଙ୍କୁ ଗିରଫ କଲା ପୁଲିସ… ମୋବାଇଲ୍‌ ଜବତ କରି ତନାଘନା ଚଳାଇଛି ସିଂହଦ୍ୱାର ଥାନା ପୁଲିସ…

(୬) ରାଜଧାନୀରେ ଗର୍ଜୁଛନ୍ତି ଗୁରୁ… ୩ ଦିନରେ ପହଞ୍ଚିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ… ଶିକ୍ଷକଙ୍କ ପାଇଁ ଗୃହରେ ବିରୋଧୀଙ୍କ ହଙ୍ଗାମା… ଚାଲିପାରୁନି ବିଧାନସଭା… ଦେଖାନାହାନ୍ତି ଶିକ୍ଷାମନ୍ତ୍ରୀ… ସେପଟେ ମହା ଆନ୍ଦୋଳନର ଚେତାବନୀ ଦେଲେଣି ଅଙ୍ଗନବାଡ଼ି କର୍ମୀ…

Comments are closed.