ଜଳବାୟୁ ପରିବର୍ତ୍ତନ ମୁକାବିଲା, ଶହେ ବିଲିୟନ ଡଲାର ଅର୍ଥ ଯୋଗାଡ଼ କରିବେ ଭାରତ-ଆମେରିକା

ଭାରତ ଏବଂ ଆମେରିକା ଜଳବାୟୁ ପରିବର୍ତ୍ତନ ସମସ୍ୟା ଗୁଡ଼ିକର ମୁକାବିଲା ଲାଗି ବିଭିନ୍ନ କ୍ଷେତ୍ରରୁ ବାର୍ଷିକ ଶହେ ବିଲିୟନ ଡଲାର ସଂଗ୍ରହ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆମେରିକା ଅର୍ଥମନ୍ତ୍ରୀ ଜେନେଟ୍‍ ଏଲେନ୍‍ଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ବୈଠକରେ ଏହି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ବୈଠକ ପରେ ଜାରି ବକ୍ତବ୍ୟରେ କୁହାଯାଇଛି ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ପାଇଁ ଉଭୟ ଦେଶ ଆର୍ଥିକ ସମ୍ବଳ ଯୋଗାଡ ଦିଗରେ ଗୁରୁତ୍ୱ ଦେବେ।

Comments are closed.