ରାତି ୮ଟା ମୁଖ୍ୟ ଖବର

– କୋଭିଡ ମୁକାବିଲା ପାଇଁ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶାକର୍ମୀ

– କୋଭିଡ଼ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ପ୍ରତି ଗାଁ ରେ ଥିବା ଗାଁ କଲ୍ୟାଣ ସମିତି ସାମିଲ ହେବ

– ଗାଁରେ ତାଲାବନ୍ଦ ଓ ଟିଏମ୍‌ସି ସଂପର୍କରେ ସରପଞ୍ଚମାନେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେଇପାରିବେ

– କୋଭିଡରେ ମୃତକଙ୍କ ବିଧବା ଓ ବାପା ମା’ଙ୍କୁ ହରାଇ ଥିବା ପିଲାଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯିବ, ପିଲାଙ୍କୁ ମାଗଣା ଶିକ୍ଷା

– ଅମ୍ଳଜାନ ଯୋଗାଣର ସୁପରିଚାଳନା ପାଇଁ ଗଠନ ହେବ ଟାସ୍କଫୋର୍ସ, ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ

– ରାଜ୍ୟରେ ଆଜି ଆଉ ୧୧୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଏହାସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୫,୨୬,୩୫୩କୁ ବୃଦ୍ଧି ପାଇଛି

–୨ ମନ୍ତ୍ରୀ ଜଣେ ବିଧାୟକ ଓ ଜଣେ ବରିଷ୍ଠ ନେତାଙ୍କୁ ସିବିଆଇ ଗିରଫ କରିବା ପରେ ପଶ୍ଚିମବଙ୍ଗ ରାଜନୀତିରେ କମ୍ପନ

– ଦେଶରେ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଜରୁରୀ ଆବଶ୍ୟକ ସାମଗ୍ରୀ ଅମ୍ଳଜାନ ପରିବହନକୁ ଅଗ୍ରାଧିକାର ପ୍ରଦାନ କରୁଛି ଭାରତୀୟ ରେଳବାଇ

– ଇତିମଧ୍ୟରେ ରେଳଯୋଗେ ଦେଶର ବିଭିନ୍ନ ସ୍ଥାନକୁ ୧୦,୦୦୦ ଟନ୍‍ ଅମ୍ଳଜାନ ପରିବହନ କରାଯାଇଛି

– କୋଭିଡ ମୁକାବିଲା ପାଇଁ ଅଭିନେତା ରଜନୀକାନ୍ତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ  ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି।

– ରାଜ୍ୟରେ ଆଜି ଆଉ ୧୧୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଏହାସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୫,୨୬,୩୫୩କୁ ବୃଦ୍ଧି ପାଇଛି

– କରୋନା ମହାମାରୀ ପାଇଁ ପୂର୍ବବର୍ଷ ଭଳି ଏଥରମଧ୍ୟ ଯୁକ୍ତ ୨ ପ୍ରଥମ ବର୍ଷ ତଥା ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଭିଡିଓ କ୍ଲାସ

– ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ପରିଷଦ

– ଘରୋଇ ଡାକ୍ତରଖାନା ଓ ଘରୋଇ ଆମ୍ବୁଲାନ୍ସ ପାଇଁ ଦର ନିର୍ଦ୍ଧାରଣ କଲେ ସରକାର। ଦର ନିର୍ଦ୍ଧାରଣ ନେଇ ବିଜ୍ଞପ୍ତି ପ୍ରକାଶ କଲା ରାଜ୍ୟ ପରିବହନ ବିଭାଗ

– ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ସିଆର୍‌ପିଏଫଙ୍କ ଗୁଳିମାଡ଼, ସିଆର୍‌ପିଏଫ୍‌ ଯବାନଙ୍କ ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ

– କରୋନାରେ ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

–ପ୍ରସିଦ୍ଧ ଓ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକରେ ତାଙ୍କ ଜନ୍ମମାଟି କେନ୍ଦ୍ରାପଡ଼ାରେ ଶୋକର ଛାୟା

–ଗଭୀର ଶୋକ  ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

–ଶୋକ  ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀକେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ

 – ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ  ୨୨ ଜଣଙ୍କ ଜୀବନ ନେଇଛି କରୋନା, ମୃତ୍ୟୁ ସଂଖ୍ୟା ୨୩୩୫କୁ ବୃଦ୍ଧି

– ରାଜ୍ୟରେ ୨୪ ଘଣ୍ଟାରେ ୧୦୭୫୭ ନୂଆ ସଂକ୍ରମିତ ଚିହ୍ନଟ; କଟକରୁ ସର୍ବାଧିକ ୯୭୩

– ଭୟଙ୍କର ସାମୁଦ୍ରିକ ଝଡ ତଉକତେ ଏବେ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇ ସ୍ଥଳଭାଗ ଅଭିମୁଖେ ଅଗ୍ରସର ହେଉଛି

– ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ତଉକତେ

ଆନ୍ଧ୍ରପ୍ରଦେଶରେ ଆସନ୍ତା ୩୧ ଯାଏଁ କର୍ଫ୍ୟୁ ଘୋଷଣା

– କେଦାରନାଥ ଧାମ ଖୋଲିଲା, ମୋଦୀଙ୍କ ନାମରେ ହେଲା ପ୍ରଥମ ପୂଜା

– ଶ୍ରୀନଗରରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ହୁ ବୈଜ୍ଞାନିକଙ୍କ ଚେତାବନୀ; ଭାରତରେ ଆସିବ କରୋନାର ଏକାଧିକ ତରଙ୍ଗ

– ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ରିପୋର୍ଟ ଅନୁଯାୟୀ ଅଧିକ ସମୟ କାର୍ଯ୍ୟ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଚାଲିଯାଇପାରେ ଜୀବନ

– ନାରଦା ଲାଞ୍ଚ ମାମଲା: ଟିଏମସିର ୨ ମନ୍ତ୍ରୀ, ଜଣେ ବିଧାୟକ ସମେତ ୪ ଜଣଙ୍କୁ ଗିରଫ କଲା ସିବିଆଇ

– ଡିଆରଡିଓ ଔଷଧ ୨-ଡିଜିର ଶୁଭାରମ୍ଭ କଲେ ରାଜନାଥ ଓ ହର୍ଷବର୍ଦ୍ଧନ

– କୋଭିଡ ଜିନୋମ ମ୍ୟାପିଂ ଫୋରମ୍‌ରୁ ଶାହିଦ ଜମୀଲଙ୍କ ଇସ୍ତଫା

– ଗୁଜରାଟରେ ଭୂକମ୍ପର ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୪.୫

– ମେକ୍ସିକୋର ଏଣ୍ଡ୍ରିଆ ମେଜା ବ୍ରହ୍ମାଣ୍ଡ ସୁନ୍ଦରୀ, ଶ୍ରେଷ୍ଠ ୫ରେ ଭାରତର ଏଡଲିନ୍‌ କାଷ୍ଟଲିନା

– ପ୍ରଧାନମନ୍ତ୍ରୀଙ୍କୁ ଯଶବନ୍ତ ସିହ୍ନାଙ୍କ ଆକ୍ଷେପ, ଟିକା କୂଟନୀତି କରି ମୋଦି ଏବେ ବିଶ୍ୱନେତା ପାଲଟି ଯାଇଛନ୍ତି

– ଦୀର୍ଘ ଦିନ ପରେ ୩ ଲକ୍ଷ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା; ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ନୂଆ ସଂକ୍ରମିତ ଚିହ୍ନଟ ଏବଂ ୪,୧୦୬ ମୃତ

– ବିଶ୍ୱର କ୍ଷୁଦ୍ରତମ ରୋପଣଯୋଗ୍ୟ ଚିପ୍‍ ପ୍ରସ୍ତୁତ, ଛୁଞ୍ଚି ଅଗରେ ରହିଯାଇପାରିବ; ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରିବାକୁ ସମର୍ଥ

– ୟୁଏଫଓକୁ ଠାବକଲା ଆମେରିକୀୟ ଜାହାଜ; ସମୁଦ୍ର ଜଳରାଶିରେ ଅଦୃଶ୍ୟ ହୋଇଗଲା

– ନୂଆ ଭାରିଆଣ୍ଟ ପାଇଁ ଫଳପ୍ରଦ ହେଉଛି କୋଭାକ୍ସିନ

– ଇସ୍ରାଏଲ-ଗାଜା ପରିସ୍ଥିତିକୁ ନେଇ ଇସଲାମୀୟ ରାଷ୍ଟ୍ରସମୂହର ଜରୁରୀ ବୈଠକ

– ଚୀନରୁ ଆସିଲା ୩୬୦୦ ଅମ୍ଳଜାନ ସାନ୍ଦ୍ରକ

– ଭୁବନେଶ୍ବରରେ ମାଛ ବ୍ୟବସାୟ ନାମରେ ବ୍ରାଉନ ସୁଗାର ବ୍ୟବସାୟ, ୨ ଗିରଫ, ହାଇଟେକ୍‌ ମେଡ଼ିକାଲ୍‌ ଛକରୁ ୫୧୮ଗ୍ରାମ ବ୍ରାଉନସୁଗାର ଜବତ

– ପ୍ରାୟ ୬୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଧରିଲା ପୁଲିସ ଓ କୁଇକ୍‌ ଆକ୍ସନ୍ ଟିମ। ଜଳେଶ୍ବରରୁ ମାଛ ଗାଡ଼ିରେ ବ୍ରାଉନସୁଗାର ଆଣି ବ୍ୟବସାୟ କରୁଥିବା ସୂଚନା

 

Comments are closed.