ରାତି ୮ଟାର ମୁଖ୍ୟ ଖବର

ଆଖଣ୍ଡଳମଣିଙ୍କ ମନ୍ଦିରରେ ୨୧ଦିନ ବ୍ୟାପୀ ଚନ୍ଦନଯାତ୍ରା ଆରମ୍ଭ, କୋଭିଡ କଟକଣା ସହ ଭିତରବେଢାରେ ଚାପନୀତି ସମ୍ପନ୍ନ

୧୫ଟି ଜିଲ୍ଲାରେ ୧୯ଟି ମେଡ଼ିକାଲ ଅମ୍ଳଜାନ ପ୍ଲାଂଟ୍‍ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ-କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର

ଅକ୍ଷୟ ତୃତୀୟାରେ ସୁନା ବ୍ୟବସାୟ ଛଡାଇନେଲା କରୋନା

ବାମ ବରଡ଼ା ଗ୍ରାମରୁ ଉଦ୍ଧାର ହରିଣ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଛାଡ଼ିବା ପରେ ମୃତ୍ୟୁ

–ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ 

–ବିନା ଭକ୍ତରେ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଆରମ୍ଭ

–ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ ଓ ଟିକାକରଣ ସଂକ୍ରାନ୍ତ ସ୍ଥିତି ଉପରେ ଉଚ୍ଚସ୍ତରୀୟ ବୈଠକ

–ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପିଏସଏ ମେଡ଼ିକାଲ ଅକ୍ସିଜେନ୍‍ ପ୍ଲାଂଟ୍‍ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

–ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୧୦ ହଜାର ୭୮୧ କୋରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫ ଲକ୍ଷ ୨ ହଜାର ୪୫୫କୁ ବୃଦ୍ଧି

–ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଆଜି ୧,୧୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୧୭୪ ଓ ସ୍ଥାନୀୟ ଅଂଚଳରୁ ୯୪୪ଜଣ ଆକ୍ରାନ୍ତ ଚିହ୍ନଟ

– କୋହଲି ଚଳିତ ପିଢ଼ିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ: ମହମ୍ମଦ ୟୁସୁଫ

– ୨୦ରେ ଭାରତକୁ ଆସିବ ୪ ରାଫେଲ

– କରୋନାରେ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କ ଦେହାନ୍ତ

– ତୀବ୍ର ହେଉଛି ବାତ୍ୟା, କେରଳରେ ପ୍ରବଳ ବର୍ଷା ଜାରି

– ରୋଗୀଙ୍କ ପାଇଁ ଡିଆରଡିଓର ୨-ଡିଜି ଔଷଧ ପ୍ରସ୍ତୁତ; କାଲି ମିଳିବ ୧୦ ହଜାର ପାନ

– ଦେଶରେ ଦୈନିକ ସଂକ୍ରମଣରେ ହ୍ରାସ; ଦିନକରେ ୩ ଲକ୍ଷ ୨୬ ହଜାର ୯୮ ସଂକ୍ରମିତ ଓ ୩୮୯୦ ମୃତ

– କୋଭାକ୍ସିନ୍‌ ଟିକା ପ୍ରସ୍ତୁତକାରୀ କମ୍ପାନୀର ୫୦ କର୍ମଚାରୀ ସଂକ୍ରମିତ

– ବାଇଡେନଙ୍କ ବରିଷ୍ଠ ପରାମର୍ଶଦାତା ହେଲେ ଭାରତ ଜନ୍ମିତ ଆମେରିକୀୟ ନୀରା

– ଲୋକଙ୍କ ଘରେ ଟିକାକରଣକୁ ଅନୁମତି ଦିଅ: ଭାରତୀୟ ଚିକିତ୍ସକ ସଂଘ

– ପୂର୍ଣ୍ଣ ଟିକାକରଣ ହୋଇଥିବା ବ୍ୟକ୍ତି ମଧ୍ୟ ତୁଣ୍ଡି ବାନ୍ଧିବା, ସାମାଜିକ ଦୂରତା ରଖିବା ଆବଶ୍ୟକ: ଡା. ଗୁଲେରିଆ

– ମଙ୍ଗଳରେ ପହଞ୍ଚିଲା ଚୀନ; ଚୀନର ମହାକାଶ ଯାନ ରୋଭର ଜୁରୋଙ୍ଗ ଶନିବାର ସକାଳେ ମଙ୍ଗଳ ପୃଷ୍ଠରେ ଅବତରଣ କରିଛି

– ଭାରତର କୋଭିଡ ସ୍ଥିତି ଗଭୀର ଚିନ୍ତାଜନକ: ହୁ’ ମୁଖ୍ୟ

– ରୁଷିଆର ଅମିତ୍ର ରାଷ୍ଟ୍ର ତାଲିକାରେ ଆମେରିକା, ଚେକ୍‍ ସାଧାରଣତନ୍ତ୍ର

– ଇସ୍ରାଏଲ ଉପରେ ଆକ୍ରମଣ ହାମାସକୁ ମହଙ୍ଗା ପଡିବ: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ

-ରାଜ୍ୟରେ ୧୧୮୦୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ୧୪୧୪; କଟକ ଓ ସୁନ୍ଦରଗଡରେ ଭୟଙ୍କର ରୂପ ନେଉଛି ସଂକ୍ରମଣ 

– ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

– ୩.୮୦କୋଟି ଟିକା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

– ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ଭାବରେ ସରକାର ଘୋଷଣା କରିବାକୁ ବରପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଜେପୁର ବିଧାୟିକ ରିତା ସାହୁଙ୍କ ନିକଟରେ ଦାବି

– କରୋନା ମୁକାବିଲା ପାଇଁ ଉପଦେଷ୍ଟା କମିଟି ଟିକାକରଣ, ପରବର୍ତ୍ତୀ ଲହର ସମ୍ଭାବନା ବିଷୟରେ ପରାମର୍ଶ ଦେବେ। କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ। କମିଟି ଯେଉଁ ପରାମର୍ଶ ଦେବ ତାହା ଶୀଘ୍ର କାର୍ଯ୍ୟକାରୀ କରାଯିବ।

– ଟିକା ପାଇଁ ବିଶ୍ବସ୍ତରୀୟ ଟେଣ୍ଡର ସମ୍ପର୍କରେ ମଧ୍ୟ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ। ୩.୮କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଛି। ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇଛି।

–  ରାଜ୍ୟର ୧୦ଜିଲାରେ ସଂକ୍ରମଣ ସ୍ଥିର ଅଛି କିମ୍ବା ହ୍ରାସ ପାଇବାରେ ଲାଗିଛି।

–  ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଗସ୍ତ କରି ମାଓ ମୁକାବିଲା ଏବଂ କୋଭିଡ କଟକଣା କାର୍ଯ୍ୟକାରୀତା ସଂପର୍କରେ ସମୀକ୍ଷା କରିଛନ୍ତି

Comments are closed.