ବଜ୍ରାଘାତ : ରାଜ୍ୟରେ ଗଡିଲା ୮ ମୁଣ୍ଡ

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୮ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲାର ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝିଗୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ଆନନ୍ଦପୁର କାଠକଟା ବିର୍ସାମୁଣ୍ଡା ପଡ଼ିଆ ନିକଟରେ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ଅନ୍ତର୍ଗତ ବାରଡାଙ୍ଗ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲାର ବାଲିକୁଦା ବରଗୁଡ଼ିପଡ଼ାଠାରେ ଗାଈ ସହ ମାଲିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଢେଙ୍କାନାଳରେ ପିଣ୍ଡାରେ ବସିଥିବାବେଳେ ବଜ୍ରପାତ ଯୋଗୁ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ସଦରଥାନା ରାଇଡିହିରେ ଜଣେ ଏବଂ ଦଣ୍ଡାରଗଡ଼ିରେ ଜଣେ ମହିଳା ମୃତ। କଟକ ଜିଲାର ଟାଙ୍ଗି ବ୍ଲକ ଅନ୍ତର୍ଗତ ସଫା ପଞ୍ଚାୟତ ସୁଆରୀ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ବୋଗଡ଼ରେ କାମ କରୁଥିବାବେଳେ ମୋହନା ଅଣ୍ଡିରାଗଡ଼ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

Comments are closed.