ଜୁଆ ଆଡ୍ଡା ଉପରେ ଚଢାଉ, ୮ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ପୁଲିସ୍‍ ପିଅନପଡ଼ା ସ୍ଥିତ ଭଂଜ ସାହି ଠାରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଚଢାଉ କରି ୩ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ କେତେକ ଫେରାର୍‍ ହୋଇଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି। ଗିରଫ ତିନିଜଣଙ୍କ ମଧ୍ୟରେ ଫରେଷ୍ଟ କଲୋନି, ସାଇନପଡ଼ା ଓ ସାଲୁଙ୍କ ସାହିର ଜଣେ ଥିବାବେଳେ ସେମାନଙ୍କଠାରୁ ୧୫ ହଜାର ୨୫୦ ଟଙ୍କା ସହିତ ୩ଟି ବୋବାଇଲ୍‍ ଫୋନ୍‍ , ୩ଟି ତାସ୍‍ ପ୍ୟାକେଟ୍‍ ଓ ଅନ୍ୟ କେତେକ ଜିିନିଷ ଜବତ କରାଯାଇଛି।

ସେହିଭଳି ଟିକାବାଲି ଥାନା ଅନ୍ତର୍ଗତ ପଠାଣ ସାହିର ଜନୈକ ବ୍ୟକ୍ତିଙ୍କ ଘରେ ଚାଲିଥିବା ବେଆଇନ ତାସ୍‍ ଖେଳ ଉପରେ ଚଢାଉ କରି ପୁଲିସ୍‍ ୫ ଜଣକୁ ଗିରଫ କରିବା ସହିତ ୫ଟି ମୋବାଇଲ୍‍ ଫୋନ୍‍ ଓ ୩ ହଜାର ଟଙ୍କା ଜବତ କରିଛି। ଏନେଇ କେସ ନଂ ୪୦ା୨୦ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରେବତି ଶବର ସୂଚନା ଦେଇଛନ୍ତି।

Comments are closed.