ଦେଶରେ ୮୮୯୫ ନୂଆ ଆକ୍ରାନ୍ତ; ୨୭୯୬ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ଦିନକ ମଧ୍ୟରେ ୮୮୯୫ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟପକ୍ଷରେ ଦିନକ ମଧ୍ୟରେ ୨୭୯୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଦୀର୍ଘମାସ ପରେ ଗୋଟିଏ ଦିନରେ ଏତେସଂଖ୍ୟକ କରୋନା ସଂକ୍ରମିତଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି । ଏହାଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୭୩,୩୨୬କୁ ବୃଦ୍ଧିପାଇଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୪୬,୩୩,୨୫୫ ଜଣ କୋଭିଡରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩,୪୦,୬୦,୭୭୪ ଜଣ ସୁସ୍ଥ ହୋଇସାରିଛନ୍ତି । ସଂପ୍ରତି ଦେଶରେ ୯୯,୧୫୫ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଶନିବାର ସୁଦ୍ଧା ମୋଟ ୬୪,୭୨,୫୨,୮୫୦ ନମୁନା ପରୀକ୍ଷା କରାଯାଇଛି । କେବଳ ଶନିବାର ଦିନକ ମଧ୍ୟରେ ୧୨,୨୬,୦୬୪ ନମୁନା ପରୀକ୍ଷା କରାଯାଇଛି । ଦେଶରେ ଦୈନିକ ସଂକ୍ରମଣ ହାର ୦.୭୩% ଏବଂ ସାପ୍ତାହିକ ହାର ୦.୮୦% ରହିଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୧୩୮ କୋଟି ପାନ ଟିକା ଯୋଗାଇ ଦିଆଯାଇଥିବାବେଳେ ସେମାନଙ୍କ ନିକଟରେ ୨୧.୧୩ କୋଟି ପାନରୁ ଅଧିକ ଟିକା ମହଜୁଦ ରହିଛି ।

Comments are closed.