ରାଜ୍ୟରେ ୮୮୩୯ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୨୩୫

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୩୯ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୪୯୪୮ ଏବଂ ସ୍ଥାନୀୟ ସଂକ୍ରମିତ ୩୮୯୧ ଜଣ ରହିଛନ୍ତି। ଦିନକରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୨୩୫ ଜଣ ରହିଥିବା ଜଣାଯାଇଛି।
ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୧୪, ବାଲେଶ୍ୱର ୩୯୫, ବରଗଡ ୧୯୩, ଭଦ୍ରକ ୪୧୯, ବଲାଙ୍ଗୀର ୮୯, ବଉଦ ୧୭୯, କଟକ ୭୬୯, ଦେବଗଡ ଜିଲାରୁ ୮୪ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଢେଙ୍କାନାଳ ଜିଲାରୁ ୫୧୦, ଗଜପତି ୫୨, ଗଞ୍ଜାମ ୧୯୬, ଜଗତସିଂହପୁ ୩୧୭, ଯାଜପୁର ୪୯୩, ଝାରସୁଗୁଡା ୧୨୧, କଳାହାଣ୍ଡି ୧୪୫, କନ୍ଧମାଳ ୫୮, କେନ୍ଦ୍ରାପଡା ୩୦୨, କେନ୍ଦୁଝର ୧୮୮ ଏବଂ କୋରାପୁଟ ଜିଲାରୁ ୯୯ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ମାଲକାନଗିରିରୁ ୮୫, ମୟୁରଭଞ୍ଜ ୫୮୩, ନବରଙ୍ଗପୁର ୧୨୯, ନୟାଗଡ ୨୪୬, ନୂଆପଡା ୩୪, ପୁରୀ ୪୩୮, ରାୟଗଡା ୨୧୬, ସମ୍ବଲପୁର ୧୯୪, ସୋନପୁର ୧୧୮, ସୁନ୍ଦରଗଡ ୩୩୮ ଏବଂ ଷ୍ଟେଟପୁଲରୁ ୨୦୦ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଉ ୧୦୫୯୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ୮୫୪୨୩ ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି।

Comments are closed.