ଦୁବାଇରେ ପହଁଚିଲେ ୮୮ ଭାରତୀୟ ସେବିକା – ବିମାନବନ୍ଦରରେ ଗୋଲାପ ଫୁଲରେ ସ୍ୱାଗତ

ସମାଜ ପୋର୍ଟାଲ ଡେସ୍କ: ସାରା ବିଶ୍ୱରେ ପ୍ରତ୍ୟେକ ଦେଶ କରୋନା ମହାମାରୀରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି। ସମସ୍ତ ଦେଶ ଅନ୍ୟ ଦେଶରେ ଅଟକି ରହିଥିବା ଲୋକଙ୍କୁ ଫେରାଇ ଆଣିବାକୁ ଯଥାସାଧ୍ୟ ଉଦ୍ୟମ କରୁଥିବା ବେଳେ ଭାରତ ମଧ୍ୟ ନାଗରିକମାନଙ୍କୁ ସ୍ବଦେଶ ଆଣିବାରେ ଭରପୁର ଉଦ୍ୟମ କରୁଛି।

ତେବେ ୟୁଏଇରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତ ଏକ ୮୮ ଜଣିଆ ନର୍ସଙ୍କ ଟିମ୍ ଦୁବାଇ ପଠାଇଛି। ସେହି ସେବିକାମାନେ ବିମାନବନ୍ଦରରେ ପହଂଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେମାନଙ୍କୁ ଦୁବାଇ ବିମାନବନ୍ଦରରେ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିଲା। ସେମାନଙ୍କୁ ସ୍ୱାଗତ କରାଯାଇଥିବା ସମୟର ଭିଡିଓ ମହାରାଷ୍ଟ୍ର ପିଆଇବି ତାର ଟ୍ୱିଟରରେ ସେୟାର କରିଛି। ଭିଡିଓରେ ଭାରତୀୟ ନର୍ସମାନଙ୍କୁ ଗୋଲାପ ଫୁଲ ଦିଆଯାଇ ସ୍ୱାଗତ କରାଯାଉଥିବା ଦେଖାଯାଉଛି।

ବିମାନବନ୍ଦରରେ ନର୍ସମାନଙ୍କର ଯାଞ୍ଚ ଏବଂ ସ୍କ୍ରିନିଂ କରାଯାଇଛି। ମହାରାଷ୍ଟ୍ରର ପିଆଇବି ତାର ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି, ଅନେକ ଲୋକ ଫେରୁଛନ୍ତି, ଏହି ଲୋକମାନେ ଯାଉଛନ୍ତି। ୟୁଏଇ ପାଇଁ ଭାରତର ସହାୟତା, କରୋନା ମହାମାରୀ ସମୟରେ ଦୁଇ ଦେଶର ବନ୍ଧୁତାକୁ ପ୍ରତିଫଳିତ କରୁଥିବା କୁହାଯାଇଛି।

Comments are closed.