ରାଜ୍ୟରେ ବଢିଚାଲିଛି ସଂକ୍ରମଣ: ଦିନକରେ ଚିହ୍ନଟ ହେଲେ ୮୭୭୮

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ପ୍ରତିଦିନ ଦ୍ରୁତ ବୃଦ୍ଧି ଘଟିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୭୭୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‍ ବୟସର ୭୯୨ ଜଣ ଅଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୫୦୯୬ ଓ ସ୍ଥାନୀୟ ସଂକ୍ରମିତ ୩୬୮୨ ରହିଛନ୍ତି।
ଅନୁଗୁଳ ଜିଲାରୁ ୧୦୭, ବାଲେଶ୍ୱର ୨୩୧, ବରଗଡ ୧୩୬, ଭଦ୍ରକ ୧୦୩, ବଲାଙ୍ଗିର ୨୧୬, ବଉଦ ୧୨, କଟକ ୭୬୬, ଦେବଗଡ ୨୫, ଢେଙ୍କାନାଳ ୭୮ ଓ ଗଜପତିରୁ ୭୨ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଞ୍ଜାମ ୧୦୬, ଜଗତସିଂହପୁର ୧୧୪, ଯାଜପୁର ୧୯୧, ଝାରସୁଗୁଡା ୨୦୩, କଳାହାଣ୍ଡି ୮୬, କନ୍ଧମାଳ ୨୦, କେନ୍ଦ୍ରାପଡା ୪୬, କେନ୍ଦୁଝରରୁ ୯୫ ଜଣଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୬୧୫ ଜଣ ଚିହ୍ନଟ ହୋଇଥିବାବେଳେ କୋରାପୁଟ ୧୬୧, ମାଲକାନଗିରି ୧୨, ମୟୁରଭଞ୍ଜ ୩୩୮, ନବରଙ୍ଗପୁର ୧୧୨, ନୟାଗଡ ୭୫, ନୂଆପଡା ୬୭, ପୁରୀ ୨୧୬, ରାୟଗଡା ୬୫, ସମ୍ବଲପୁର ୫୯୬, ସୋନପୁର ୮୭, ସୁନ୍ଦରଗଡ ଦ୍ୱିତୀୟ ସର୍ବାଧିକ ୧୨୫୨ ଓ ଷ୍ଟେଟପୁଲରୁ ୫୭୫ ଜଣ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ୭୫୨ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୩୫୨୪୨ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି।

Comments are closed.